ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଚିଲିକାରେ ଏବେ ସି ପ୍ଲେନ

12/08/2018 at 10:06 AM

ଭୁବନେଶ୍ୱର ୧୨/୮ : ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ସି ପ୍ଲେନ ସେବା ଆରମ୍ଭ କରାଯିବ | ବିଶେଷକରି ହକି ବିଶ୍ୱକପ ପୂର୍ବରୁ ପର୍ଯ୍ୟଟକଙ୍କୁ ଏହି ଅତ୍ୟାଧୁନିକ ସେବା ଯୋଗେଇଦେବାକୁ ନିଷ୍ପତ୍ତି ନଇଁଯାଇଛି | ପ୍ରଥମ ପର୍ଯ୍ୟାୟରେ ଓଡିଶାର ଚିଲିକା ହ୍ରଦ ଓ ଗୁଜରାଟର ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମରେ ୱାଟର ଏରୋଡ୍ରମ ନିର୍ମାଣ କାମ ଆରମ୍ଭ ହେବ | କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏନେଇ ସୂଚନା ଦେଇଛନ୍ତି | ଏଥିପାଇଁ କହିବି ଶୀଘ୍ର ଏରୋଡ୍ରମ ପ୍ରତିଷ୍ଠା ହେବ |
ଗତ ଜୁନ ମାସରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ସ୍ପାଇସଜେଟ କର୍ତ୍ତୃପକ୍ଷ ଚିଲିକା ହ୍ରଦ ପରିଦର୍ଶନ କରି ୱାଟର ଏରୋଡ୍ରମ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ | ଏହି ଏରୋଡ୍ରମ ପ୍ରତିଷ୍ଠା ହେଲେ ପୂର୍ବ ଭାରତରେ ପର୍ଯ୍ୟଟନ ଶିଳ୍ପରେ ଗୁରୁତ୍ୱ ବଢ଼ିଯିବ |
ଉଲ୍ଲେଖନୀୟ ଯେ, ୧୧ ଶହ ବର୍ଗ ପରିବ୍ୟାପ୍ତ ଚିଲିକାରେ ପ୍ରାୟ ଅଠରରୁ ଅଧିକ ଦ୍ବୀପ ରହିଛି | ଏହାକୁ ଲକ୍ଷ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସି ପ୍ଲେନ ଚାଲିବାର ବ୍ୟବସ୍ଥା କରିଛନ୍ତି |

   Related Posts