Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସମୁଦ୍ରରୁ ଉଦ୍ଧାର ହେଲା ୧୪ ଗୋଡ ବିଶିଷ୍ଟ ବିରାଟକାୟ ସମୁଦ୍ର ଅସରପା

20/07/2020 at 4:13 PM

ସିଙ୍ଗାପୁର ୨୦/୦୭ : ସୋସିଆଲ ମିଡ଼ିଆରେ ଏକ ବଡ ସମୁଦ୍ର ଅସରପାର ଫଟୋ ଭାଇରାଲ ହେଉଛି | ଏହି ସମୁଦ୍ର ଅସରପାକୁ ସିଙ୍ଗାପୁରର ରିସର୍ଚ୍ଚର ହିନ୍ଦ ମହାସାଗରରୁ ଉଦ୍ଧାର କରିଛି | ଡେଲି ମେଲ ଖବର ଅନୁଯାୟୀ, ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ପିଟର ଏନଜି ଏବଂ ତାଙ୍କ ସହଯୋଗୀ ସମୁଦ୍ର ରିସର୍ଚ୍ଚ ସମୟରେ ଏକ ଅଜବ ସମୁଦ୍ର ଜୀବ ଦେଖିବାକୁ ପାଇଥିଲେ | ସେମାନେ ଏହି ଜୀବକୁ ସମୁଦ୍ରରୁ ଉଦ୍ଧାର କରିଥିଲେ | ଏହି ବିରାଟକାୟ ଅସରପାକୁ ନୂଆ ପ୍ରଜାତିର ରୂପ ଦିଆଯାଇଛି | ଏହାକୁ ‘ବାଥିନୋମସ୍ ରକ୍ସସା’ ନାଁ ଦିଆଯାଇଛି |

ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ରିସର୍ଚ୍ଚ ଟିମ ଇଣ୍ଡୋନେସିଆର ପଶ୍ଚିମ ଜାଭାର ଗଭୀର ସମୁଦ୍ରରେ ୧୪ ଦିନର ଏକ ଅଭିଯାନ ଆରମ୍ଭ କରିଥିଲେ | ଏହି ଅଭିଯାନ ସମୟରେ ୧୨ ହଜାରରୁ ଅଧିକ ସମୁଦ୍ରୀ ଜୀବ ଉଦ୍ଧାର କରିଥିଲେ | ଏମାନଙ୍କ ମଧ୍ୟରେ ଏହି ବିରାଟକାୟ ଅସରପା ମଧ୍ୟ ଥିଲା |

ଏହି ବିରାଟକାୟ ଅସରପାକୁ ବାଥିନୋମସ୍ ରକ୍ସସା ନାଁ ଦିଆଯାଇଛି | ଏହାକୁ ସମୁଦ୍ରୀ କ୍ରଷ୍ଟେସିୟନ ମଧ୍ୟ କୁହାଯାଏ | ଏହା ୨୦ ଇଞ୍ଚ ଜଣେ ବଢିଥାଏ | ବିଜ୍ଞାନ ଅନୁସାରେ ଏହା ଦ୍ୱିତୀୟ ବଡ ଆଇସୋପ୍ୟାଡ଼ ପ୍ରଜାତିର ଅସରପା | ଏହାକୁ ସମୁଦ୍ର ଅସରପା ମଧ୍ୟ କୁହାଯାଇପାରିବ | ଏହାର ୧୪ଟି ଗୋଡ ରହିଛି | ଦେଖିବାକୁ ଏହା ସମୁଦ୍ର ଚିଙ୍ଗୁଡ଼ି ଭଳି | ଏହି ଜୀବ ସମୁଦ୍ରର ଗଭୀର ପାଣି ଭିତରେ ରହିଥାଏ | ଏହି ଅସରପା ନ ଖାଇ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିପାରେ | 

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର କାହିୟା ରହମଦି କହିଛନ୍ତି ଯେ ନୂଆ ପ୍ରଜାତିର ସନ୍ଧାନ ପରିସ୍ଥିତିକ ତନ୍ତ୍ର ସନ୍ଦର୍ଭରେ ବହୁତ ମହତ୍ଵପୁର୍ଣ | ସମାଚାର ୱେବସାଇଟ ମଦରସିପ ଅନୁସାରେ ୫୦ ସେଣ୍ଟିମିଟର ଯାଏଁ ବଢୁଥିବା ଏହି ଆଇସୋପ୍ୟାଡ଼କୁ ‘ସୁପରଜାଏଣ୍ଟସ’ ଭାବେ ବର୍ଗିକୃତ କରାଯାଇଥାଏ | ଏହି ବିରାଟକାୟ ଆଇସୋପ୍ୟାଡ଼ର ୨୦ ପ୍ରଜାତି ଅଛନ୍ତି |

   Related Posts