ମଦୁଆ ଚାଳକଙ୍କୁ ଧରିଲା ମଦୁଆ ଟ୍ରାଫିକ, ମାଗିଲା ଚାନ୍ଦା, ଲୋକେ ଦେଲେ ଉତ୍ତମ ମଧ୍ୟମ
16/12/2020 at 6:01 PM

ରାଉରକେଲା ୧୬।୧୨: ମଦୁଆ ଟ୍ରାଫିକ ପୋଲିସ ହାତରେ ଧରା ପଢିଗଲେ ମଦୁଆ ବାଇକ ଚାଳକ। ମଦୁଆ ଟ୍ରାଫିକ ପୋଲିସ ମାଗିଲେ ଚାନ୍ଦା କହିଲେ ମଦ ପିଇ ବାଇକ ଚଳାଉଛ ଏତିକିରେ କଥା ଶେଷ। ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଖଣ୍ଡ ଯୁଦ୍ଧ ।
ଆପଣ ଇସ୍ପାତ ସହର ରାଉରକେଲା ଗାଢ଼ି ଚଳାଉଛନ୍ତି କି ? ଯଦି ଚଳାଉଛନ୍ତି ତେବେ ସାବଧାନ । ଆଗରେ ଜଗିଛନ୍ତି ମଦୁଆ ଟ୍ରାଫିକ। ଆପଣଙ୍କ ଠାରୁ ଆଦାୟ କରିପାରନ୍ତି ଦାଦାବଟି ଏବଂ ହୋଇପାରନ୍ତି ଦୁବ୍ୟବହାରର ଶିକାର। ଇସ୍ପାତ ସହର ରାଉରକେଲାରେ ଚାଲିଛି ଏବେ ଏହି ଟ୍ରେଣ୍ଡ । ଯଦି ମଦ ପିଇ ଗାଢ଼ି ଚଳାଉଛନ୍ତି ତ କଥା ସରିଲା ।

ଆଜି ଅପରାହ୍ନରେ ଡ଼ିଏଭି ଛଳରେ ଦୁଇ ମଦୁଆ ବାଇକ ଚାଳକଙ୍କୁ ଅଟଳାଇଲେ ଦୁଇ ମଦୁଆ ଟ୍ରାଫିକ କର୍ମଚାରୀ ଏବଂ ମାଗିଲେ ଦାଦା ବଟି। ଗାଳିଗୁଲଜ ସେ ପୁଣୀ ଅସଭ୍ୟ ଭାଷାରେ । ଉଭୟଙ୍କ ପକ୍ଷରୁ ପାଟିତୁଣ୍ଡ ସମରେ ଲୋକେ ହଲେ ଏକଜୁଟ ହୋଇ ମଦୁଆ ଦୁଇ ଟ୍ରାଫିକ କର୍ମଚାରୀଙ୍କୁ ଦେଇଛନ୍ତି ଉତ୍ତମ ମଧ୍ୟମ । ମଦୁଆ ଟ୍ରାଫିକକୁ ପଚାରିଲେ ଜଣେ କହୁଛି ଗତ କାଲି ପୁଅ ଜନ୍ମଦିନ ଥିବା ମଦ ପିଇଥିବା ବାସ୍ନା ଯାଇନି ଆଉ ଜଣେ ମଦୁଆ ଟ୍ରାଫିକ କର୍ମଚାରୀ କହୁଛି ଗଣ୍ଡଗୋଳ ସମାଧାନ କରିବାକୁ ଆସିଛନ୍ତି। ମଦୁଆ ଟ୍ରାଫିକଦ କର୍ମଚାରୀଙ୍କ ଉନ୍ମତ କାଣ୍ଡ ଯୋଗୁଁ ପାଖାପାଖି ଦୁଇ ଘଂଟା ଡ଼ିଏଭି ଛକ ଜାମ । ଶେଷରେ ପୋଲିସ ଦୁଇ ବ୍ୟକ୍ତିଙ୍କ ସହ ଦୁଇ ମଦୁଆ ଟ୍ରାଫିକ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖିଛି।

ଘଟଣାକୁ ନେଇ ପାଖାପାଖି ଦୁଇ ଘଂଟା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାଡ଼ ମାରିବା ସହ ଦୁଇ ଟ୍ରାଫିକ ପୋଲିସଙ୍କୁ ଟଣା ଓଟରା କଲେ ଲୋକେ । ପରିସ୍ଥିତି ଏମିତି ଯେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ ଜଣେ ମହିଳା ଡାକ୍ତରଙ୍କୁ ଦୁବ୍ୟବହାର କରିବାକୁ ପଛେଇ ନଥିଲେ ମଦୁଆ ଚାଳକ । ଲୋକଙ୍କ ଅଭିଯୋଗ ଯେ ଇସ୍ପାତ ସହରରେ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଡ଼ିଉଟି କରୁଛନ୍ତି ଟ୍ରାଫିକ ପୋଲିସ ଏବଂ ଫାଇନ ନାଁରେ ଚାନ୍ଦା ମାଗୁଛନ୍ତି। ଅନ୍ୟ ପକ୍ଷରେ ଟ୍ରାଫିକ ଡ଼ିଏସପି କହିଛନ୍ତି ଟ୍ରାଫିକ କର୍ମଚାରୀଙ୍କୁ ମାଡ଼ ମାରିଥତ୍ବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଦୁଇ ମଦୁଆ ଟ୍ରାଫିକ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ଟ୍ରାଫିକ ନିୟମକୁ ନେଇ ପୋଲିସ ସହ ପରିବହନ ବିଭାଗର ସଚେତନ ଉପରେ ସଚେତନ ହେଲେ ସଚେତନତାର କଥା କହୁଥତ୍ବା ଟ୍ରାଫିକ ପୋଲିସ ନିଜେ ମଦୁଆ ।