Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାତି ଅଧିଆ ଚଢଉ କଲେ ଏସଡିପିଓ, ଚୋରା ପଥର ସହ ଗୋରୁ ବୋଝେଇ ଗାଡିକୁ କଲେ ଜବତ

17/07/2021 at 9:22 AM

ନୀଳଗିରି, ୧୭/୦୭ :  ଆକ୍ସନ ମୋଡରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଏସଡିପିଓ । ରାତି ଅଧିଆ  କଲେ ଚଢ଼ାଉ। ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଟି ଚୋରା ପଥର ବୋଝେଇ ଟ୍ରକ ଓ ଏକ ଗୋରୁ ବୋଝେଇ ଅଟୋ ଜବତ କରିବା ସହ ଏକ ମଦ ଭାଟି ଉପରେ ଚଢଉ କରିଛନ୍ତି।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଏସଡିପିଓ ଶୁକ୍ରବାର ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ଉ କରିଥିଲେ। ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ଏକ ଚୋରା ମଦ ଭାଟିରେ ମଦ ରନ୍ଧା ହେଉଥିବାବେଳେ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଅଚାନକ ଚଢ଼ଉ କରି ହଜାର ଲିଟରରୁ ଅଧିକ ପୋଚ୍ ସହ ୨୫୦ ଲିଟର ଦେଶୀ ଓ ରନ୍ଧା ମଦ ଜବତ କରିଥିଲେ। ଏହା ସହ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଏତଦ୍ ବ୍ୟତୀତ ଫେରିବା ରାସ୍ତାରେ ଦୁଇଟି ଚୋରା ପଥର ବୋଝେଇ ଟ୍ରକ୍ ଓ ଏକ ଗୋରୁ ବୋଝେଇ ଟ୍ରକ୍ ସେ  ଜବତ କରିଥିଲେ। ଏକ ଚାରିଚକିଆ ଗାଡିରେ ଅତି ଅମାନୁଷିକ ଭାବେ ୮ ଟି ଗୋରୁ ଚାଲାଣ ହେଉଥିବା ସେ ଦେଖି ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରିଛନ୍ତି । ସେହିପରି ଆନିକାପୁର ଅଞ୍ଚଳରୁ ୪ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି।

   Related Posts