ଗଞ୍ଜାମ ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଏସଡିପିଓ ଓ ଥାନା ଅଧିକାରୀ ଦାନ କଲେ ପ୍ଲାଜମା

Published By : Prameya-News7 Bureau | July 29, 2020 IST

ଖଲ୍ଲିକୋଟ ୨୯।୭: ଛତ୍ରପୁର ଗଞ୍ଜାମ ଜିଲାରେ କୋଭିଡ-୧୯ ବିରୋଧରେ କାର୍ଯ୍ୟ କରୁଥିବା ସମୟରେ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରନ ଛୋଟରାୟ ଆକ୍ରାନ୍ତ ହୋଇଥିଲେ । ପରେ ସେମାନେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗଦେଇଥିଲେ । ଏହି ଦୁଇ ଜଣ ଗତକାଲି କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । ଏହା ଗଞ୍ଜାମ ପୋଲିସ ଜିଲ୍ଲାର ପ୍ରଥମ ଘଟଣା ।

ଏହି ମହତ କାମ ପାଇଁ ଗଞ୍ଜାମ ଏସପି ବ୍ରିଜେସ କୁମାର ରାଏ ପ୍ରଶଂସା କରିବା ସହ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି କହିଥିଲେ। ଆଗାମୀ ଦିନରେ ମଧ୍ୟ ଗଞ୍ଜାମ ପୋଲିସ ଜିଲ୍ଲାରେ ଆହୁରି ଅନେକ ପୋଲିସ କର୍ମଚାରୀ ପ୍ଲାଜମା ଦେବେ ବୋଲି କହିଥିଲେ । ସେହିପରି ଏସଡିପିଓ ଓ ଥାନା ଅଧିକାରୀଙ୍କ ପକ୍ଷରୁ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ମଧ୍ୟ ପ୍ଲାଜମା ଦେବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବହୁ ଲୋକ ପ୍ଲାଜମା ଦାନ କରିବେ ବୋଲି ଆକଳନ କରାଯାଉଛି। ଜିଲ୍ଲାରେ ଏବେ ଅଧିକ ଆକ୍ରାନ୍ତ ହେବାସହ ଅଧିକ ମାତ୍ରାରେ ସୁସ୍ଥ ମଧ୍ୟ ହେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.