ତାଲାପଦର ନିର୍ମାଣଧୀନ ବ୍ରିଜ୍ ଭୁଶୁଡିବା ଘଟଣା : ନିଲମ୍ବିତ ହେଲେ ଏସଡିଓ ଅସିତ୍ ପାତ୍ର

Published By : Prameya-News7 Bureau | January 27, 2021 IST

ନବରଙ୍ଗପୁର ୨୭।୧: ନବରଙ୍ଗପୁର ତାଲାପଦରେ ନିର୍ମାଣଧୀନ ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଡିଓ ଅସିତ୍ ପାତ୍ର ନିଲମ୍ବିତ ହେଲେ । ଅସିତ୍ ପାତ୍ରଙ୍କୁ ନିଲମ୍ବନ କଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ।

ଗତ ୧୭ ତାରିଖ ଦିନ ଗିରଫ ହୋଇ ଉମରକୋଟ ସବ୍ ଜେଲରେ ଅଛନ୍ତି ଏସଡିଓ ଅସିତ୍ ପାତ୍ର । ପୂର୍ବରୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ କୁମାର ବିଶ୍ବାଳ ଫେରାର ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତାଲାପଦର ଗ୍ରାମଠାରେ ନାଗୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଥିଲା । ସେଣ୍ଟ୍ରିଂ ଦୁର୍ବଳ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଘଟଣ ଘଟିଥିଲା । ପୋଲ ଭୁଶୁଡି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.