ତାଲାପଦରରେ ନିର୍ମଣାଧିନ ବ୍ରିଜ୍‌ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ

Published By : Prameya-News7 Bureau | January 17, 2021 IST

ନବରଙ୍ଗପୁର ୧୭।୦୧: ନବରଙ୍ଗପୁର ତାଲାପଦରରେ ନିର୍ମଣାଧିନ ବ୍ରିଜ୍‌ ଭୁଶୁଡିବା ଘଟଣା । ମାମଲାରେ ଏସ୍‌ଡିଓ ଗିରଫ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ SDO ଅସୀତ ପାତ୍ରଙ୍କୁ ଗିରଫ ନବରଙ୍ଗପୁର ପୋଲିସ । ବ୍ରିଜ୍‌ ଭୁଶୁଡ଼ିବା ଦିନ ଠାରୁ ଫେରାର ଥିଲେ ଅସିତ ପାତ୍ର ।

ଖବର ଅନୁଯାୟୀ, ଗତ ୧୦ ତାରିଖରେ ନିର୍ମାଣାଧୀନ ବ୍ରିଜ ର ଗୋଟିଏ ସ୍ପାନ୍ ଭାଙ୍ଗିଯିବା ଫଳରେ ବ୍ରିଜଟି ଭୁଶୁଡି ପଡ଼ିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଗୁରୁତର ହୋଇଥିଲା। ଘଟଣା ପରେ ଠିକାଦାର, SDO ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ସେବଠାରୁ ତିନି ଜଣ ଫେରାର ଥିଲେ। ଏହି ଘଟଣାରେ ଏହା ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.