Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଭ୍ୟାକ୍‌ସିନ ଲଗାଇଲେ ନାହିଁ ଲୋକେ, ଗାଁରେ ବିଦ୍ୟୁତ ସଂଯୋଗ କାଟିଦେଲେ ଏସ୍‌ଡିଏମ

3/06/2021 at 10:53 PM

ଲକ୍ଷ୍ନୌ ୩/୬: ଉତ୍ତରପ୍ରଦେଶର କନୌଜ ଜିଲ୍ଲା। ଏଠାରେ ସୌରିଖ ବ୍ଲକ୍‌ରେ ରହିଛି ବୀରପୁର ଗାଁ । ଗାଁର ଅନେକ ଲୋକଙ୍କ ଜୀବନ ନେଲାଣି କରୋନା । ତଥାପି ଲୋକେ ଭ୍ୟାକସିନ୍‌ ନେଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ଭ୍ୟାକସିନ ନେଇ ଗାଁରେ ପହଞ୍ଚୁଛି ସତ କିନ୍ତୁ ଗାଁ ଲୋକେ ସ୍ବାସ୍ଥ୍ୟ କର୍ମୀଙ୍କୁ ଘଉଡ଼ାଇ ଦେଉଛନ୍ତି। ଏହାକୁ ନେଇ ଗାଁରେ ବିଦ୍ୟୁତ ସଂଯୋଗ ଛିନ୍ନ କରିଛି ଜିଲ୍ଲା ପ୍ରଶାସନ।

କିନ୍ତୁ ଅଧିକାରୀଙ୍କ କହିବା କଥା ହେଲା ଯେଉଁମାନଙ୍କ ବିଦ୍ୟୁତ ବିଲ୍‌ ବାକି ଅଛି ସେମାନଙ୍କର ବିଜୁଳୀ ସଂଯୋଗ କଟାଯାଇଛି। ଏହା ପରେ ବି ଭ୍ୟାକସନ୍‌ ନନେବାରୁ ବିଜୁଳୀ ସଂଯୋଗ କଟାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ବୀରପୁର ଗାଁରେ ବୁଧବାର ୪୫ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଟିକା ଦେବା ପାଇଁ କ୍ୟାମ୍ପ ଲାଗିଥିଲା। ସକାଳ ୧୦ରେ ସ୍ବାସ୍ଥ୍ୟ କର୍ମୀ ପହଞ୍ଚିଥିଲେ। କିନ୍ତୁ ଲୋକମାନେ ସେଠାକୁ ଆସିନଥିଲେ।

ଏପରିକି ସ୍ବାସ୍ଥ୍ୟ କର୍ମୀ ଘରେ ଘରେ ଲୋକଙ୍କୁ ବୁଝାଇଥିଲେ ବି ଫଳ କିଛି ମିଳିନଥିଲା । ଏହା ପରେ ଟିମ୍‌ ଉପର ଅଧିକାରୀଙ୍କୁ ଜଣାଇଥିଲେ। ତାପରେ ଏସଡିଏମ ଦେବେଶ ଗୁପ୍ତା, ସିଡିପିଓ, ଜିଲ୍ଲା କୃଷି ଅଧିକାରୀ ମିଶି ଲୋକଙ୍କୁ ବୁଝାଇଥିଲେ। ଲୋକମାନେ ସେମାନଙ୍କ କଥା ମଧ୍ୟ ଶୁଣିନଥିଲେ। ଏଥିରେ ବିରକ୍ତ ହୋଇ ଏସଡିଏମ ବୀରପୁରରେ ବିଦ୍ୟୁତ ସଂଯୋଗ କାଟିବାକୁ ନିର୍ଦେଶ ଦେଇଥିଲେ।  ଏହସହ ରାସନ୍‌ ବିତରଣ ଉପରେ ମଧ୍ୟ ସେ ରୋକ ଲଗାଇଦେଇଥିଲେ।

   Related Posts