ଏସଡିଏମଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ଅଧରାତିରେ ଗାୟତ୍ରୀ ମନ୍ଦିରକୁ ଡାକି କଲେ ବିବାହ..

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ୧୩|୧୦: ଏମିତି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଯେଉଁ ଘଟଣା ସଂପର୍କରେ ଜାଣିଲେ ଆପଣଙ୍କ ମନରେ ବି ପ୍ରଶ୍ନବାଚୀ ସୃଷ୍ଟି ହେବ। ଏକ ମାସ ତଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହୋଇଥିବା ଏସଡିଏମଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୂରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। କୁଶୀନଗର ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ ଏଭଳି ଘଟଣା ଘଟାଇଛନ୍ତି।

ଏସଡିଏମ ମହାଶୟ ପ୍ରଥମେ ଯେଉଁ ସ୍ଥାନ କାର୍ଯ୍ୟରତ ଥିଲେ ସେଠାରୁ ତାଙ୍କ ଜିନିଷପତ୍ର ନେବା ପାଇଁ ଆସିଥିଲେ। ରାତି ୮ଟାରେ ରେଜିଷ୍ଟ୍ରି ଅଫିସକୁ ପୀଡିତା ମହିଳାଙ୍କ ସହ ଏସଡିଏମ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ପୁଣି ରାତି ଅଧରେ ପରମ୍ପରା ଅନୁସାରେ ଗାୟତ୍ରୀ ମନ୍ଦିରରେ ମନ୍ତ୍ରପାଠ ସହ ସେ ମହିଳାଙ୍କ ସହ ବିବାହ କରିଥିଲେ।

ସୂଚନାଯୋଗ୍ୟ ଯେ ଦୀର୍ଘ ଚାରି ବର୍ଷ ହେବ ପୀଡିତା ମହିଳାଙ୍କ ସହ ଏସଡିଏମ ଲିଭ୍‌ଇନ୍‌ ରିଲେସନରେ ଥିଲେ। ଏକ ମାସ ତଳେ କୁଶୀନଗରରୁ ଏସଡିଏମଙ୍କ ବଦଳି ଅନ୍ୟ ସ୍ଥାନକୁ ହୋଇଯାଇଥିଲା। ଏସଡିଏମ ଦିନେଶ କୁମାର ରହୁଥିବା ଘରେ ଥିବା ଜିନିଷ ନେବା ପାଇଁ ସେ କୁଶୀନଗର ଆସିଥିଲେ। ପୀଡ଼ିତା ମହିଳା ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।

 ପୂର୍ବ ସଂପର୍କକୁ କେନ୍ଦ୍ରକରି ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାଙ୍କ ସହ ବିଶ୍ବାସଘାତ ହେଇଥିବ କଥା ଏସଡିଏମଙ୍କୁ ପୀଡ଼ିତା ମହିଳା କହିଥିଲେ। ତାଙ୍କୁ ବିବାହ କେବେ କରିବ ବୋଲି ଏସଡିଏମଙ୍କୁ ମହିଳା ପ୍ରଶ୍ନ କରିଥିଲେ। ପୀଡିତା ମହିଳାଙ୍କୁ ବୁଝାଇବା ପାଇଁ ଏସଡିଏମ ବହୁ ଚେଷ୍ଟା କରିବା ସତ୍ବେ ସେ ବୁଝି ନଥିଲେ।

ଶେଷରେ ରାତି ୮ଟାରେ ରେଜିଷ୍ଟ୍ରି ଅଫିସରେ ଉଭୟ ବିବାହ କରିଥିଲେ। ପୁଣି ରାତି ୧୨ଟାରେ ପଡରୌନା ନଗର ସ୍ଥିତ ଗାୟତ୍ରୀ ମନ୍ଦିରରେ ପଣ୍ଡିତଙ୍କୁ ଡାକି ମନ୍ତ୍ରପାଠ କରି ସେ ମହିଳାଙ୍କୁ ବିବାହ କରିଥିଲେ। ତା ପର ଦିନ ଏହି ଘଟଣା ସୋସିଆଲ ମିଡିଆରେ ଖେଳି ଯାଇଥିଲା। ଯେତେବେଳେ କଥା ସାମ୍ନାକୁ ଆସିଲା ସେତେବେଳେ ଏସଡିଏମଙ୍କ ବିରୋଧରେ ଯୌନ​‌ ଶୋଷଣ ଅଭିଯୋଗ ପୀଡିତା ମହିଳା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.