ପୁଣି ରିମାଣ୍ଡରେ ଯିବ କିଡନୀ ରାକେଟ୍ କିଙ୍ଗ୍‌ପିନ୍ : ୩ ଦିନିଆ ରିମାଣ୍ଡରେ ନେବ ଲକ୍ଷ୍ମୀସାଗର ଥାନା ପୋଲିସ

Published By : Prameya-News7 Bureau | January 21, 2021 IST

ଭୁବନେଶ୍ବର ୨୧।୧: ପୁଣି ରିମାଣ୍ଡରେ ଯିବ କିଡନୀ ରାକେଟ୍ କିଙ୍ଗପିନ୍ । ନୟାପଲ୍ଲୀ ପରେ ଏବେ କିଡନୀ କେଳେଙ୍କାରୀର ଗୁମର ଖୋଲିବ ଲକ୍ଷ୍ମୀସାଗର ଥାନା ପୋଲିସ । ମାଷ୍ଟରମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବ ଲକ୍ଷ୍ମୀସାଗର ପୋଲିସ । ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

କିଡନୀ ରାକେଟର ମୁଖ୍ୟ ହିମାଂଶୁ ଭୂଷଣ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ରିମାଣ୍ଡ ଅବଧି ସମୟରେ ହିମାଂଶୁ କେଉଁ କେଉଁ ଡାକ୍ତରଙ୍କ ସହ ଲିଙ୍କ୍ ରଖିଛି ତାର ଖୋଳତାଡ କରିବ । ଏନେଇ କିଛି ଘରୋଇ ମେଡିକାଲକୁ କମିଶନରେଟ୍ ପୋଲିସ ନୋଟିସ୍ କରିଛି ।ଏହା ସହିତ ଏହି କିଡନୀ ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ସମ୍ପର୍କରେ ମଧ୍ୟ ପଚରା ଉଚରା କରିବ ଲକ୍ଷ୍ମୀସାଗର ଥାନା ପୋଲିସ ।

ମଞ୍ଚେଶ୍ବର ଥାନାରେ ହିମାଂଶୁଙ୍କ ବିରୋଧରେ ଆହୁରି ୧୮ କୋଟିର ଅଭିଯୋଗ ହୋଇଛି । କିଡନୀ ଦେବାକୁ କହି ହିମାଂଶୁ ଠକେଇ କରୁଥିବା ଟଙ୍କା କ’ଣ କଲା । ମନପୁରମ୍ ଗୋଲ୍ଡରେ କିଛି ସୁନା କିଣି ବନ୍ଧକ ରଖିବା ସହିତ ଦୁଇଟି ଦାମୀ କାର୍ କିଣିଛି ହିମାଂଶୁ । ସେଗୁଡିକ ଜବତ କରିବାକୁ ପ୍ରୟାସ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.