ଟିଟୋକୁ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ୍
6/08/2018 at 10:59 AM

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାରେ ଟିଟୋ ,କେନ୍ଦ୍ରାପଡା ପୋଲିସ ଦୁଇ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଥିବା ବେଳେ ମାର୍ଶାଘାଇ ପୋଲିସ ଗୋଟିଏ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଛି।କାରଣ ମାର୍ଶାଘାଇର ବାଲିକଷ୍ଠି ଓ ମଙ୍ଗଳା ଛକ ରେ ବେଆଇନ ଭାବେ ଦୁଇଟି ବାଲି ଖାଦାନ ଗଡିଉଠିଥିବା ସହିତ ଦିନ ଦୁଇପ୍ରହରରେ ରାଜରାସ୍ତା ଉପରେ ଗୁଳି ,ବୋମାମାଡ ଭଳି ଘଟଣାର ଖୁଲାସା ପାଇଁ ଟିଟୋକୁ ରିମାଣ୍ଡରେ ଆଣିଛି ମାର୍ଶାଘାଇ ପୋଲିସ।
ରିମାଣ୍ଡରେ ନେବା ପାଇଁ କେନ୍ଦ୍ରାପଡା ଏସ୍ଡ଼ିଜେଏମ କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା | ଆଜି କେନ୍ଦ୍ରାପଡା ଏସ୍ଡ଼ିଜେଏମ ଅଦାଲତ ରିମାଣ୍ଡ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି |
ଜୁନ ୩୦ ତାରିଖରେ ଚଣ୍ଡିଖୋଲ ଠାରେ ପୋଲିସ ସହ ଟିଟୋର ଏନକାଉଣ୍ଟର ହୋଇଥିଲା | ଟିଟୋର ବାମ ଗୋଡରେ ଗୁଳି ବାଜି ସେ ଆହତ ହୋଇଥିବାରୁ ତାକୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଇଥିଲା | ଟିଟୋ ଭଲ ହେବା ପରେ କ୍ରାଇମବ୍ରାଞ୍ଚ ଏସପିଏଫ ଟିଟୋକୁ କେନ୍ଦ୍ରାପଡା ଏସ୍ଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା | ଫଳରେ ତାକୁ ଜେଲ ପଠାଇ ଦିଆଯାଇଥିଲା | ପରବର୍ତ୍ତୀ ସମୟରେ ଟିଟୋର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଥିଲା | ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରୁ ତାକୁ ଏସପିଏଫ ୫ ଦିନିଆ ରିମାଣ୍ଡରେ ନେଇ ତନାଘନା ପଚରାଉଚୁରା କରିଥିଲା | ଏହି ସମୟରେ ଟିଟୋର ଯାଜପୁର ଜିଲ୍ଲାରେ ମୋରମ ପାହାଡ ଲିଜ, ବଲିଉଡରେ କଳା ଟଙ୍କା ବିନିଯୋଗ, ଏଇଓସିଏଲ ପେଟ୍ରୋଲ ପମ୍ପ ହାତେଇବା, କୋଟି କୋଟି ଟଙ୍କାର କଳା ଟଙ୍କା ଏବଂ ସମ୍ପତ୍ତି କଥା ପଦାକୁ ଆସିଥିଲା | ଏବେ ପୁଣି ଟିଟୋକୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି |