ନେହେରୁ କପ୍ ଫାଇନାଲ ପାଲଟିଲା ରଣକ୍ଷେତ୍ର, ହକିଷ୍ଟିକରେ ପରସ୍ପରକୁ ପିଟିଲେ ଖେଳାଳି, ଭିଡିଓ ଭାଇରାଲ

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ : ନେହେରୁ କପ୍ ଫାଇନାଲ ସୋମବାର ରଣକ୍ଷେତ୍ର ପାଲଟିଛି। ଦିଲ୍ଲୀ ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଜାବ ପୋଲିସକୁ ଭେଟିଥିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଟିମ୍। ତେବେ ଖେଳ ଚାଲିଥିବା ବେଳେ ଉଭୟ ଟିମର ଖେଳାଳି ଅଚାନକ ମାରପିଟକୁ ଓହ୍ଲାଇ ଆସିଥିଲେ। ପରସ୍ପରକୁ ହକି ଷ୍ଟିକରେ ଗୋଡେଇଗୋଡେଇ ପିଟୁଥିବାର ଦେଖାଯାଇଥିଲା। ତେବେ ପରେ ପୁଣି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଜାବ ପୋଲିସକୁ ୬-୩ରେ ମାତ ଦେଇଛି ପିଏନବି। 

{"id":189854,"sizeSlug":"large"}

ପଞ୍ଜାବ ପୋଲିସ ଟିମ ଲାଲ ଜର୍ସିରେ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ପିଏନବି ଧଳାଜର୍ସିରେ ଦେଖାଯାଇଥିଲେ। ଖେଳ ଆରମ୍ଭ ହେବାର କିଛି ସମୟ ପର୍ଯ୍ୟନ୍ତ ସବୁ ଠିକ୍ ଠାକ ଥିଲା। ତେବେ ଅଚାନକ କଣ ହୋଇଥିଲା କେଜାଣୀ ଉଭୟ ଟିମ୍ ମାରପିଟକୁ ଓହ୍ଲାଇ ଆସିଥିଲେ।  ପଞ୍ଜାବ ପୋଲିସର ଖେଳାଳିମାନେ ପିଏନବି ଖେଳାଳିଙ୍କୁ ଗୋଡେଇ ଗୋଡେଇ ପିଟୁଥିବାର ଦେଖାଯାଇଥିଲା। ଜଣେ ଖେଳାଳି ତଳେ ପଡିଯାଇଥିବା ବେଳେ ତାଙ୍କୁ ଅନ୍ୟ ଖେଳାଳିମାନେ ନିସ୍ତୁକ ମାଡ ମାରୁଥିବାର ବି ଦେଖାଯାଇଥିଲା।

{"id":189855,"sizeSlug":"large"}

ମାରପିଟ୍ ଖେଳ ଜାରି ରହିଥିଲା। ଉଭୟ ଟିମ୍ ୮-୮ରେ ପଡିଆରେ ରହିଥିଲେ। ତେବେ ପରେ ପିଏନବି ୬-୩ରେ ମ୍ୟାଚ୍ କୁ ଜିତିନେଇଛନ୍ତି। ଖେଳାଳିଙ୍କ ଏପରି କାଣ୍ଡରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ନରିନ୍ଦର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ବଳ ଆୟୋଜନ ଓ ଦାୟିତ୍ୱହୀନ ଖେଳାଳିଙ୍କ ଲାଗି ଏପରି ହୋଇଥିବା ସେ କହିଛନ୍ତି। ତେବେ ହକି ଇଣ୍ଡିଆ ସିଇଓ ଏଲିନା ନର୍ମନ ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.