ମାସ୍କ ଚେକିଂ ବେଳେ ପୋଲିସ ସହ ଧସ୍ତାଧସ୍ତି, ଅମାନିଆ ଯୁବକ ଥାନାରେ ଅଟକ

Published By : Prameya-News7 Bureau | April 09, 2021 IST

ଭଦ୍ରକ ୦୯/୦୪ : ମାସ୍କ ଚେକିଂ ସମୟରେ ପୋଲିସ ଓ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଘଟଣାରେ ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । କରୋନା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ସାରା ସହରରେ ଚେକିଂ କଡାକଡି କରାଯାଇଛି । ଯେଉଁମାନେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।

ତେବେ ଭଦ୍ରକ ଅପର୍ତ୍ତି ବିନ୍ଧା ଛକ ନିକଟରେ ପୋଲିସ ଚେକିଂ କରୁଥିବା ବେଳେ ସନ୍ଥିଆ ହବିବ ନଗରର ଜଣେ ଯୁବକ ବଜାରରୁ କିଛି ସାମଗ୍ରୀ କିଣି ଘରକୁ ଯାଉଥିଲେ । ମୁହଁରେ ମାସ୍କ ନଥିବାରୁ ପୋଲିସ ଉକ୍ତ ଯୁବକକୁ ଅଟକାଇଥିଲା କିନ୍ତୁ ଯୁବକ ଜଣଙ୍କ କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏମିତିକି ପୋଲିସ ଓ ଯୁବକଙ୍କ ମଧ୍ୟରେ କିଛି ସମୟ ପାଇଁ ଠେଲା ପେଲା ମଧ୍ୟ ହୋଇଥିଲା । ପରେ ଭଦ୍ରକ ଟାଉନ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.