ହାତାହାତିରୁ ଅଳ୍ପକେ ଅଟିକିଗଲା, ନହେଲେ ସୃଷ୍ଟି ହୋଇଥାନ୍ତା କଳଙ୍କିତ ଅଧ୍ୟାୟ..

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ୭/୨: ସଂସଦରେ ସନ୍‌ସନି । ବିଜେପି ଓ କଂଗ୍ରେସ ସଦସ୍ୟ ମୁହାଁମୁହିଁ । ଯାହା ହାତାହାତିରୁ କଥା ଅଳ୍ପକେ ଅଟକିଗଲା। ନହେଲେ  ସୃଷ୍ଟି ହୋଇଥାନ୍ତା ଏକ କଳଙ୍କିତ ଅଧ୍ୟାୟ। ମେଡିକାଲ କଲେଜ ଉପରେ ରାହୁଲ ଗାନ୍ଧୀଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାହୁଲଙ୍କ ଲାଠିମାଡ଼ ମନ୍ତବ୍ୟକୁ ନେଇ ନିନ୍ଦା କରିଥିଲେ । ଗୃହରେ ରାହୁଲଙ୍କ ବକ୍ତବ୍ୟକୁ ସମସ୍ତ ସଦସ୍ୟ ନିନ୍ଦା କରିବାକୁ ପ୍ରସ୍ତାବ ଆଣିବା ଲାଗି ଦାବି କରିଥିଲେ। ଯାହାକୁ ବିରୋଧ କରିଥିଲେ କଂଗ୍ରେସ ସଦସ୍ୟମାନେ। ମନ୍ତ୍ରୀଙ୍କ ପଛ ବେଞ୍ଚରେ ବସିଥିବା କଂଗ୍ରେସ ସାଂସଦ ମନିକାମ ଟଗୋର ମନ୍ତ୍ରୀଙ୍କ ଆଡ଼କୁ ଧସେଇ ଚାଲି ଆସିଥିଲେ ।

{"id":221544,"sizeSlug":"large"}

କିଛି ଅଘଟଣ ହେବା ପୂର୍ବରୁ ଟାଗୋରଙ୍କୁ ଅଟକାଇ ଦେଇଥିଲେ ବିଜେପି ସଦସ୍ୟ ବ୍ରିଜଭୂଷଣ ଶରଣ । ପରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବୟାନବାଜି ତୀବ୍ର ହୋଇଥିଲା । ଟାଗୋରଙ୍କୁ ଲୋକସଭାରୁ ବହିସ୍କାର ପାଇଁ ବିଜେପି ଅଡି଼ ରହିଥିବା ବେଳେ କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି । 

{"id":221545,"sizeSlug":"large"}

ଦିଲ୍ଲୀ ବିଧାନସଭା ନିର୍ବାଚନବେଳେ ରାହୁଲ କହିଥିଲେ ୬ ମାସ ପରେ ଦେଶର ବେକାର ଯୁବକ ମୋଦିଙ୍କୁ ବାଡେଇ ଦେଶାନ୍ତର କରିଦେବେ । ରାହୁଲଙ୍କ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ରାହଲଙ୍କ ମୁହଁରୁ ହିଁ ଏଭଳି ମନ୍ତବ୍ୟ ଆଶା କରାଯାଏ । ପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ।

{"id":221546,"sizeSlug":"large"}

ପ୍ରଶ୍ନ ଉଠୁଛି ସଂସଦକୁ ନିର୍ବାଚିତ ହୋଇ ଯାଉଥିବା ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଦରକାର। ନେତାଙ୍କ ଏଭଳି ଆଚରଣ କଣ ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରୁ ନାହିଁ କି । ଯେହେତୁ ଗୃହର ମର୍ଯ୍ୟଦା ହାନୀ ହେଉଛି, ତାହା ଉପରେ ରୋକ ଲଗାଇବାକୁ ଚିନ୍ତା କରାଯିବା ଉଚିତ ।                    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.