ରୋହିତ ସେଟ୍ଟୀ ଓ ଅକ୍ଷୟ କୁମାର ହେଲେ ହାତାହାତି, ଝଗଡ଼ା ବଢ଼ିବାରୁ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ!

Published By : Prameya-News7 Bureau | November 13, 2019 IST

ମୁମ୍ବାଇ୧୩/୧୧: ନିକଟରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ହାଉସଫୁଲ ରିଲିଜ ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ୍‌, ବବି ଦେଓ୍ବାଲ ଚଙ୍କୀ ପାଣ୍ଡେ. ସୌରଭ ଶୁକ୍ଳାଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ଯଦି ବ୍ୟବସାୟ ଦୃଷ୍ଟିକୋଣରୁ ଦେଖିବା ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ହାଉସଫୁଲ ଫିଲ୍ମ ରିଲିଜ ହେବା ପରେ ଅକ୍ଷୟ କୁମାର ଆଉ ଏକ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରି ଦେଇଛନ୍ତି।

{"id":183395,"sizeSlug":"large"}

ରୋହିତ ସେଟ୍ଟୀଙ୍କ ନିର୍ଦେଶିତ ନୂଆ ଫିଲ୍ମ ସୂର୍ଯ୍ୟବଂଶୀ ଫିଲ୍ମର ସୁଟିଂ କାର୍ଯ୍ୟରେ ଅକ୍ଷୟ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ  ପୋଷ୍ଟ କରିଛନ୍ତି। ଯେଉଁଥିରେ ରୋହିତ ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ମାଡ଼ପିଟ୍‌ ଚାଲିଛି। ଅକ୍ଷୟ ପୋଷ୍ଟ କରିଥିବା ଭିଡିଓ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି।

wp:core-embed/twitter {"url":"https://twitter.com/akshaykumar/status/1194155278960336896","type":"rich","providerNameSlug":"twitter","className":""}
https://twitter.com/akshaykumar/status/1194155278960336896
/wp:core-embed/twitter

ଦୁଇଜଣଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଲାଗିଛି। ପରସ୍ପର କିଏ କାହାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନାହାନ୍ତି। ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ମାଡ଼ପିଟ୍‌ ବନ୍ଦ କରିବା ଲାଗି କିଛି ଲୋକ ଉଭୟଙ୍କୁ ବୁଝାସୁଝା କରୁଛନ୍ତି। ହେଲେ ଏହି ଦୁଇଜଣ କାହା କଥା ଶୁଣିବା ପାଇଁ ନାରାଜ। ଶେଷରେ ଏମାନଙ୍କ ଝଗଡ଼ା ବନ୍ଦ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।। ଏହି ଭିଡିଓକୁ ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.