ମହାନଦୀରେ ଚାଲିଛି ସ୍କୁବା ଡାଇଭିଂ ଟ୍ରେନିଂ: ଡିଜାଷ୍ଟର୍ ରାପିଡ୍ ଫୋର୍ସର ୩୨ ଜଣ ଯବାନକୁ ଦିଆଯାଉଛି ତାଲିମ

Published By : Prameya-News7 Bureau | November 11, 2020 IST

କଟକ ୧୧/୧୧ : ସ୍କୁବା ଡାଇଭିଂ ଟ୍ରେନିଂ ପାଇଁ ପ୍ରତିକୂଳ ସ୍ଥାନ ପାଲଟିଛି କଟକ ମହାନଦୀ । ମହାନଦୀର ଗଭିରତା ଏବଂ ନୀଳ ପାଣି ପାଇଁ ରାଜ୍ୟ ବାହାରର ପୋଲିସ ସ୍କୁବା ଡାଇଭିଂ ଟ୍ରେନିଂ ପାଇଁ କଟକକୁ ଉତ୍କଷ୍ଠ ସ୍ଥାନ ରୂପେ ବାଛୁଛନ୍ତି । ଏବେ ଉତ୍ତରପ୍ରଦେଶର ଷ୍ଟେଟ ଡିଜାଷ୍ଟର ରାପିଡ ଫୋର୍ସର ୩୨ ଜଣ ଯବାନକୁ ଦିଆଯାଉଛି ଟ୍ରେନିଂ । ଇଣ୍ଡିଆନ ନାଭିର ପୂର୍ବତନ ଅଧିକାରୀ ଟ୍ରେନିଂ ଦେଉଛନ୍ତି ।

{"id":360086,"sizeSlug":"large"}


ଦେହରେ ସ୍କୁଭା ସୁଟ ସହିତ ମୁହଁରେ ଡାଇଭିଂ ମାସ୍କ । ଶରୀରର ପଛପଟେ ରହିଛି ସ୍କୁଭା ଟ୍ୟାଙ୍କ । ଏ ସବୁ କୁ ପରିଧାନ କରିବା ପରେ ଟ୍ରେନରଙ୍କ ପାଖରୁ ଟ୍ରେନିଂ ନେଉଛନ୍ତି ଯବାନ । ଏହାପରେ ଧିରେ ଧିରେ ନଦୀ ଗର୍ଭକୁ ଯାଇ ସ୍କୁଭା ଡାଇଭିଂ ଅଭ୍ୟାସ କରୁଛନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ମହାନଦୀ କୂଳରେ । ଟ୍ରେନିଂ ନେଉଥିବା ଏହି ବ୍ୟକ୍ତି ମାନେ ହେଉଛନ୍ତି ଉତ୍ତର ପ୍ରଦେଶ ଷ୍ଟେଟ ଡିଜାଷ୍ଟର ରାପିଡ ଫୋର୍ସ ଯବାନ । ପାଣିରେ ବୁଡିଯାଉଥିବା ଲୋକଙ୍କୁ କିପରି ଖୋଜିବେ ଏବଂ ଉଦ୍ଧାର କରିବେ ସେ ନେଇ ତାଲିମ ଦିଆଯାଉଛି । ରାପିଡ ଫୋର୍ସର ୩୨ ଜଣ ଯବାନଙ୍କୁ ଟ୍ରେନିଂ ଦେଉଛନ୍ତି ପୂର୍ବତନ ନୌସେନା ଅଧିକାରୀ । ତେବେ କଟକରେ ହେଉଥିବା ଟ୍ରେନିଂକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଉତ୍ତରପ୍ରଦେଶ SDRF ଅଧିକାରୀ ।

{"id":360088,"sizeSlug":"large"}

ସ୍କୁବା ଡାଇଭିଂ ଟ୍ରେନିଂ ପାଇଁ ପ୍ରତିକୂଳ ସ୍ଥାନ ପାଲଟିଛି କଟକର ମହାନଦୀ । ମହାନଦୀର ନୀଳ ପାଣି ଏବଂ ଗଭୀର ଥିବାରୁ ଟ୍ରେନିଂ ପାଇଁ ଉତ୍କୃଷ୍ଠ ସ୍ଥାନ ବୋଲି କୁହନ୍ତି ଉତ୍ତର ପ୍ରଦେଶରୁ ଆସିଥିବା ରାପିଡ ଫୋର୍ସର ଅଫିସର । ଏଥିପାଇଁ ଦ୍ବିତୀୟ ଥର ଲାଗି ନିଜ ଯବାନମାନଙ୍କ ଟ୍ରେନିଂ ଲାଗି ଏହି ସ୍ଥାନକୁ ବାଛିଥିବା କୁହନ୍ତି ଅଫିସର । ଯେହେତୁ ଉତ୍ତର ପ୍ରଦେଶରେ ଅନେକ ସମୟରେ ପାକୃତିକ ଦୁର୍ବିପାକର ସାମ୍ନା କରିବାକୁ ପଡିଥାଏ ସେଥିପାଇଁ ଯବାନ ମାନଙ୍କୁ ଏହି ଟ୍ରେନିଂ ଦିଆଯାଉଛି ।

{"id":360090,"sizeSlug":"large"}

ଆସନ୍ତା ଦିନରେ ବିଭିନ୍ନ ପର୍ଯ୍ୟାୟରେ ୟ.ପି ପୋଲିସର ୭ଶହରୁ ଅଧିକ ଯବାନ ଟ୍ରେନିଂ ପାଇଁ ଆସିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.