ଶୂନ୍ୟକାଳରେ ଉଠିଲା ଏସସି/ଏସଟି ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ : ବିବୃତି ରଖିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 02, 2019 IST

ଭୁବେନେଶ୍ବର ୨|୭:  ରାଜଧାନୀରେ ଆଦିବାସୀ ନାବାଳିକା ଗର୍ଭବତୀ ଘଟଣାକୁ ନେଇ ବିଧାନସଭାରେ ଅଚଳାବସ୍ଥା । ଶୂନ୍ୟକାଳରେ ଉଠିଲା SCST ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ପ୍ରଥମେ ୪ ଜଣଙ୍କର ରିପୋର୍ଟ ପଜିଟିଭି ଆସିଥିଲା । ତାର ଦିନକ ପରେ ୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଲା । ଏହା କିପରି ସମ୍ଭବ ହେଲା ବୋଲି ପଚାରିଛନ୍ତି ନରସିଂହ । ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି । ଘଟଣାର ନିରପେକ୍ଷ ତଦନ୍ତ କରି ଗୃହରେ ରିପୋର୍ଟ ରଖିବାକୁ ନରସିଂହ ମିଶ୍ର ଦାବି କରିଛନ୍ତି ।

ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ । ନିଜ ନିଜ ଆସନରେ ଛିଡା ହୋଇ କଂଗ୍ରେସକୁ ବିଜେପି ସଦସ୍ୟମାନେ ମଧ୍ୟ ସମର୍ଥନ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିବାକୁ SCST ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ମୁଖ୍ୟମନ୍ତ୍ରୀ ମାଆକୁ ସମ୍ମାନ କଥା କହୁଛନ୍ତି କିନ୍ତୁ ରାଜ୍ୟରେ ନାବାଳିକା ଅସୁସ୍ଥ ଅଛନ୍ତି । ସରକାର ଏଥିପ୍ରତି ସଚେତନ ନହେବା ଦୁର୍ଭାଗ୍ୟଜନକ । ଏପରି ସ୍ଥିତିରେ ଦୋଷୀ ଦଣ୍ଡ ପାଉନାହାନ୍ତି କି ପୀଡିତାଙ୍କୁ ନ୍ୟାୟ ମିଳୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.