ଲକ୍‌ଡାଉନ୍‌ରେ ମିଳୁନଥିଲା ମଦ, ଲୁଟି ନେଲେ ପୂରା ଦୋକାନ

Published By : Prameya-News7 Bureau | April 08, 2020 IST

ଦିସପୁର ୦୮।୦୪: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ପୂରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି କାରଣରୁ ସବୁଠୁ ଅଧିକ ହଇରାଣ ହେଉଛନ୍ତି ନିଶାଖୋର ବ୍ୟକ୍ତି। କାରଣ ମଦ ଦୋକାନ ମଧ୍ୟ ବନ୍ଦ। ଏମିତି ସମୟରେ ଆସାମର ଶିବସାଗରରେ କିଛି ଅଜଣା ଲୋକ ଏକ ମଦ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି କରି ନେଇ ଯାଇଛନ୍ତି।

ସୂଚନା ମୁତାବକ ଏହି ଘଟଣା ଶିବସାଗର ନଗର ଇଲାକାରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ଲକ୍‌ଡାଉନ୍‌ ସ୍ଥିତି ଫାଇଦା ଉଠାଇ ଶିବସାଗର ଷ୍ଟେସନ ଚାରଲି ଇଲାକାରେ ମଦ ଦୋକାନର ତାଲା ଭାଙ୍ଗି ମଦ ଲୁଟ୍ କରି ନେଇଛନ୍ତି ଅପରାଧୀ।

ମଦ ଦୋକାନର ମାଲିକ ଶୈଳଧର ବରୁଆ ଘଟଣାକୁ ନେଇ କହିଛନ୍ତି ଯେ, ଦୋକାନରେ ଚୋରି ପରେ ଜଣା ପଡିଲା କିଛି ଲୋକ ଇଲାକାରେ ମଦ ବୋତଲ ବିକ୍ରି କରୁଥିଲେ। ଜଣା ପଡୁଛି ଯେ ଏହି ମଦ ହିଁ ମୋ ଦୋକାନରୁ ଚୋରି ହୋଇଛି।

ସେ କହିଛନ୍ତି ଯେ, ଯେବେ ମୁଁ ମଙ୍ଗଳବାର ସନ୍ଧ୍ୟାରେ ଦୋକାନ ଆଡେ ଯାଇଥିଲି ତେବେ ଦେଖିବାକୁ ପାଇଲି ଯେ ଦୋକାନର ତାଲା ଭାଙ୍ଗି ମଦ ଚୋରି କରାଯାଇଛି। କ୍ୟାସ୍ ବକ୍ସ ନଗଦ ଥିବା ପ୍ରାୟ ୧୦ ହଜାର ଟଙ୍କା ମଧ୍ୟ ଲୁଟ୍ ହୋଇଛି। ଏହି ଘଟଣାରେ ସ୍ଥାନୀୟ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.