Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସ୍କ୍ରିନରାଇଟର ଡେନିସ୍ ଜୋସେଫଙ୍କ ହୃଦଘାତରେ ନିଧନ, ୬୪ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

11/05/2021 at 10:08 AM

ମୁମ୍ବାଇ ୧୧/୦୫:  କରୋନା ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସାଉଥର ଫେମସ୍ ସ୍କ୍ରିନ୍ ରାଇଟର ଡେନିସ୍ ଜୋସେଫଙ୍କର ସୋମବାର ସନ୍ଧ୍ୟାରେ ନିଧନ ହୋଇଛି। ହୃଦଘାତ ହେତୁ ତାଙ୍କୁ କୋଟ୍ଟାୟମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬୪ ବର୍ଷ ବୟସରେ ସ୍କ୍ରିନରାଇଟରଙ୍କ ମୃତ୍ୟୁରେ ସାଇଥ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳି ଯାଇଛି । କେରଳର ମୁଖ୍ୟମନ୍ତ୍ରୀ ପିନାରାୟି ବଜୟନ ମଧ୍ୟ ଡେନିସ୍ ଜୋସେଫଙ୍କ ନିଧନରେ ନିଜର ସମ୍ବେଦନା ବ୍ୟକ୍ତ କରିଛନ୍ତି ।

ଡେନିସ୍ ତାଙ୍କର କ୍ୟାରିୟରର ଆରମ୍ଭ ଜଣେ ପତ୍ରକାର ଭାବରେ କରିଥିଲେ । ୧୯୮୫ ମସିହାରେ ଡେନିସ୍ ଏରେନ୍ ସନ୍ଧ୍ୟାଙ୍କ ସହିତ ସ୍କ୍ରିନରାଇଟର୍ ଫିଲ୍ମ କ୍ୟାରିୟରର ଆରମ୍ଭ କରିଥିଲେ । ଏହାପରେ ସେ ଆଗକୁ ବଢି ଚାଲିଥିଲେ । ଡେନିସ୍ ଜୋସେଫ୍ ‘ଶ୍ୟାମା’, ‘ମଦ୍ରାସ ମେଲ’,’ନମ୍ବର ୨୦’, ‘ନୟୀ ଦିଲ୍ଲୀ’, ‘ଏଫଆଇଆର୍’ ଭଳି ଫିଲ୍ମ ପାଇଁ ବେଶ ଜଣାଶୁଣା ।

ଡେନିସ୍ ଜୋସେଫ୍ ସାଉଥ୍ ସୁପରଷ୍ଟାର ମୋହନଲାଲ ଏବଂ ମମୁଟୀଙ୍କ ପାଇଁ ଅନେକ ଫିଲ୍ମ ଲେଖିଥିଲେ । ଡେନିସ୍, ମମୁଟୀଙ୍କ କ୍ୟାରିୟରକୁ ଆଗକୁ ବଢାଇବାରେ ଅନେକ ଯୋଗଦାନ ଦେଇଥିଲେ ।

   Related Posts