Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

୬-୧୨ ବର୍ଷୀୟ ପିଲାମାନଙ୍କ ଉପରେ କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ କାଲିଠୁ ସ୍କ୍ରିନିଂ

14/06/2021 at 4:05 PM

ନୂଆଦିଲ୍ଳୀ ୧୪/୬: କରୋନା ଲଢ଼େଇ ପାଇଁ ଭାରତରେ ପ୍ରସ୍ତୁତ କୋଭିଡ-୧୯ ଭ୍ୟାକସିନ୍‌ ଭାରତ ବାୟୋଟେକର କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ୬-୧୨ ବର୍ଷୀୟ ପିଲାମାନଙ୍କର ସ୍କ୍ରିନିଂ ମଙ୍ଗଳବାରଠୁ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ୧୨-୧୮ ବର୍ଷୀୟ ପିଲାମାନଙ୍କ ଉପରେ କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ ପାଇଁ ସ୍କ୍ରିନିଂ ପ୍ରକ୍ରିୟା ଶେଷ ହୋଇଛି। ସେମାନଙ୍କୁ ଏବେ ଟିକାର ସିଙ୍ଗଲ୍‌ ଡୋଜ୍‌ ଦିଆଯାଇଛି।

୬-୧୨ ବର୍ଷୀୟ ପିଲାଙ୍କ ପରେ ଦିଲ୍ଲୀ ଏମ୍ସ ୨-୬ ବର୍ଷୀୟ ପିଲାଙ୍କ ଠାରେ ଟିକା ଟ୍ରାଏଲ୍‌ କରିବାକୁ ଯୋଜନା ରଖିଛି। ଏହି ଟ୍ରାଏଲ୍‌ ୫୨୫ କେନ୍ଦ୍ରରେ ହେଉଛି। ପାଟନା ଏମ୍ସ, ମୈସୁର ମେଡିକାଲ୍‌ କଲେଜ ଏବଂ କର୍ଣ୍ଣାଟକର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌କୁ ମଧ୍ୟ ଟ୍ରାଏଲ୍‌ ପାଇଁ ଚୟନ କରାଯାଇଛି। ପାଟନା ଏମ୍ସର ନିର୍ଦେଶକ ପ୍ରଭାବ କୁମାର ସିଂହ କହିଛନ୍ତି, ୬-୧୨ ବର୍ଷୀୟ ପିଲାମାନଙ୍କୁ ଚୟନ ଆରମ୍ଭ କରିଛୁ। ୧୨-୧୮ ବର୍ଷୀୟ ପିଲାଙ୍କ ଠାରେ ହେବାକୁଥିବା କ୍ଲିନିକାଲ୍‌ ଟ୍ରାଏଲ ପାଇଁ ଭର୍ତ୍ତି ବନ୍ଦ କରାଯାଇଛି। ଏବେ ସେମାନଙ୍କୁ ନଜରରେ ରଖାଯାଇଛି।

ସେପଟେ ଦେଶରେ ଜୋର ସୋରରେ ଟିକାକରଣ ଅଭିଯାନ ଚାଲିଛି । ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା ମୋଟ ୨୫,୧୨,୬୬,୬୩୭ ଟିକା ଡୋଜ୍‌ ଦିଆସରିଛି। ଏବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଖରେ ୧.୫୩ କୋଟି ଡୋଜ୍‌ରୁ ଅଧିକ ଗଚ୍ଛିତ ରହିଛି । ଏହା ସହ ଆଗାମୀ ୩ ଦିନ ମଧ୍ୟର ଆହୁରି ୪ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

   Related Posts