ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର ୨୫।୦୨: ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଖାସ୍‌ କରି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସ୍କ୍ରିନିଂ କରାଯିବ ।

କରୋନାର ୨ୟ ଷ୍ଟ୍ରେନ୍‌ ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ । ୨ୟ ଷ୍ଟ୍ରେନ୍‌କୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।  ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଯଦି ଲକ୍ଷଣ ଦେଖାଯିବେ, ତେବେ ସେମାନଙ୍କର ଟେଷ୍ଟିଂ କରାଯିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ଅଛନ୍ତି । ଏୟାରପୋର୍ଟ ଭଳି ଖୁବଶୀଘ୍ର ରେଲୱେ ଷ୍ଟେସନରେ ବି ସ୍କ୍ରିନିଂ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.