୨ ଶିଶୁଙ୍କ ଉପରେ ଚଢ଼ିଗଲା ସ୍କୋର୍ପିଓ: ଜଣେ ମୃତ ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | June 28, 2020 IST

ଛେଣ୍ଡିପଦା୨୮/୬: ସ୍କୋର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଏବଂ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା-ଅନୁଗୋଳ ରାସ୍ତାର କଙ୍କରେଇ ନିକଟରେ ଏଭିଳ ଅଭାବନୀୟ ଘଟଣା ଘଟିଛି।ଏହି ସଡ଼କ ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ପଟରୁ ଏକ ସ୍କୋର୍ପିଓ ଗାଡି ଦ୍ରୁତ ଗତିରେ ଭୁବନେଶ୍ୱର ଯାଉଥିଲା । ଠିକ୍ କଙ୍କରେଇ ନିକଟରେ ସ୍କୋରପିଓ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛତୁ ବିକ୍ରି କରୁଥିବା ଦୁଇ ଶିଶୁଙ୍କ ଉପରେ ମାଡି ଯାଇଥିଲା।

ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଥିଲା । ଏହାସହ ଗାଡିଟି ଗଛରେ ବାଡେଇ ହୋଇଯିବା ଯୋଗୁଁ ଗାଡି ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛି । ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.