Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ଆରବ ସାଗରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ସ୍କର୍ପିନ୍ ବୁଡ଼ା ଜାହାଜ INS VAGIR

12/11/2020 at 6:37 PM

ମୁମ୍ବାଇ ୧୨।୧୨: ପଡୋଶୀ ଦେଶମାନଙ୍କ ସହ ସୀମା ବିବାଦ ଯୋଗୁ ଜାରି ଉତ୍ତେଜନାରେ ଭାରତ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି କ୍ରମରେ ମୁମ୍ବାଇ ମଝଗାଁବ ଡକରେ ସ୍କର୍ପିନ୍ ଶ୍ରେଣୀୟ ପଞ୍ଚମ ବୁଡାଜାହାଜ ଆଇଏନଏସ ବଗିର ଗୁରୁବାର ନୌସେନାରେ ସାମିଲ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ୍‌ ଭିଡିଓ କନଫରେନସିଂ ମାଧ୍ୟମରେ ବୁଡାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ କରିଛନ୍ତି।

ଏହି ବୁଡାଜାହାଜ ହୀନ୍ଦ ମହାସାଗରରେ ଭାରତର ସୀମା ସୁରକ୍ଷା କରିବ। ଏହି ସାଗରର ଶିକାରୀ ମାଛ ବଗିର ନାମରେ ଏହାକୁ ନାମିତ କରାଯାଇଛି। ଏହାକୁ ମିସାଇ ନୌସେନାରେ ସ୍କର୍ପିନଶ୍ରେଣୀୟ ବୁଡ଼ାଜାହାଜ ସଂଖ୍ୟା ୫କୁ ପହଞ୍ଚିଛି। ଭାରତ ୧୯୭୦ ଦଶକରେ ଋଷିଆରୁ ପ୍ରଥମ ଏହି ଶ୍ରେଣୀୟ ପ୍ରଥମ ବୁଡ଼ା ଜାହାଜ ଆଣିଥିଲା।   ୩ ଡିସେମ୍ବର ୧୯୭୩ରେ ନୌସେନାରେ ସାମିଲ ପ୍ରଥମ ସ୍କର୍ପିନ ବୁଡାଜାହାଜ ଜୁନ ୨୦୦୧ ମସିହାରେ ସେବା ନିବୃତ୍ତ ହୋଇଥିଲା।

ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠରେ ସବମେରିନ୍‌ ନିରୋଧ ସାଙ୍ଗକୁ ଗୁଇନ୍ଦା ସୂଚନା ସଂଗ୍ରହରେ ମଧ୍ୟ ବେଶ୍ ଅତ୍ୟାଧୁନିକ । ଏହା ଛଡା ସମୁଦ୍ର ତଳେ ମାଇନ୍‌ ବିଛାଇବାରେ ଏହି ଶ୍ରେଣୀୟ ଜାହାଜ ବେଶ ଧ୍ରୁତ। ଏହା ଛଡା ସମୁଦ୍ର ତଳେ ଚାଲିବା ବେଳେ ଏଥିରୁ ଶବ୍ଦ ମଧ୍ୟ ବାହାରି ନଥାଏ। ଏଣୁ ଏହାର ଉପସ୍ଥିତିକୁ  ଶତ୍ରୁପକ୍ଷ ସହଜରେ ଜାଣି ପାରନ୍ତିନି। ଏହି ଜାଜାହ ଗୁଡିକ ସମୁଦ୍ର ତଳେ ଦ୍ରୁତଗତିରେ ଚାଲିପାରୁଥିବା ବେଳେ ପାଣି ତଳେ ନିଜକୁ ଶତ୍ରୁଠାରୁ ଲୁଚାଇବାରେ ସବୁଠୁ ଚତୁର ଯୁଦ୍ଧ ଜାହାଜ।

ଏହି ଶ୍ରେଣୀୟ ସବୁମେରିନକୁ ମଝଗାଁବ ଡକୟାର୍ଡରେ ସିପ୍‌ ବିଲ୍ଡର୍ସ ଲିମିଟେଡ ଓ ଫରାସୀ କମ୍ପାନୀ ନେବଲ ଗ୍ରୁପ୍ ମିଳିତ ନିର୍ମାଣ କରୁଛନ୍ତି। ଉଭୟ କମ୍ପାନୀ ଏପରି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ୨୦୦୫ ମସିହାରେ ରାଜିନାମା କରିଥିବା ବେଳେ ଏପର୍ଯ୍ୟନ୍ତ ୫ଟିର ନିର୍ମାଣ କାମ ଶେଷ କରିଛନ୍ତି। ବଗିର ପୂର୍ବରୁ ସ୍କର୍ପିନ କ୍ଲାସ୍‌ର ଚତୁର୍ଥ ବୁଡାଜାହାଜ ବେଲାକୁ ନୌସେନାରେ ସାମିଲ କରା ଯାଇସାରିଛି।

   Related Posts