ଲୁ ପାଇଁ ବିହାର ଗୟାରେ ୧୪୪ ଧାରା ଜାରି, ସବୁ ସ୍କୁଲ,କଲେଜ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | June 17, 2019 IST

ପାଟନା ୧୭।୬:  ଅସହ୍ୟ ଗ୍ରୀଷ୍ମ ଲହରି ଯୋଗୁ ବିହାରରେ ଏବେ ହାହାକାର ପଡିଛି। ଏଣୁ ଗୟାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍ ଦିନବେଳା ଲୋକଙ୍କୁ ଘରୁ ନ ବାହାରିବା ଲାଗି ଆଇନର ଧାରା ୧୪୪ ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ଶିକ୍ଷା ବିଭାଗ। ଚଳିତବର୍ଷ ବିହାରରେ କିପରି ଗ୍ରୀଷ୍ମ ଅନୁଭୂତ ହେଉଛି ତାହା ଉପରୋକ୍ତ କାର୍ଯ୍ୟାନୁଷ୍ଠାନରୁ ସହଜରେ ଅନୁମାନ କରାଯାଇପାରେ।

{"id":124054}

ସୋମବାର ନାଳନ୍ଦାରେ ଅଂଶୁଘାତ ଯୋଗୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଔରଙ୍ଗାବାଦରେ ମଧ୍ୟ ୪ ଜଣ ପ୍ରାଣହରାଇଛନ୍ତି। ସାରା ରାଜ୍ୟରେ କେବଳ ରବିବାର ୧୧୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଗତ ୩ ଦିନରେ ରାଜ୍ୟରେ ଅଂଶୁଘାତ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୧୮୩ରେ ପହଞ୍ଚି ଥିବା ବେଳେ ଗ୍ରୀଷ୍ମ ପ୍ରବାହ ନେଇ ଲୋକଙ୍କୁ ସତର୍କ କରାଇବା ପାଇଁ ଉଦ୍ୟମ ଚଳାଯାଇଛି। ସୋମବାର ରାଜଧାନୀ ପାଟନା ସମେତ ସମସ୍ତ ବଡବଡ ସହରାଞ୍ଚଳର ଦିନବେଳା ତାପମାତ୍ରା ୪୫ଡିଗ୍ରି ଆଖପାଖରେ ପହଞ୍ଚିଥିଲା।

{"id":124055,"align":"center","width":433,"height":325}

ସରକାର ଦିନ ୧୧ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ସରକାରୀ ଅଥବା ଘରୋଇ କୌଣସି ପ୍ରକାର  ନିର୍ମାଣ କାମ ନିଷିଦ୍ଧ ଘୋଷଣା କରିଥିବା ବେଳେ ଦିନବେଳା ୧୪୪ ଧାରା ଜାରି କରି ଖୋଲାସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଠୁଳ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାରର ଔରଙ୍ଗାବାଦ, ନବାଦା, ପାଟଣା, ପୂର୍ବ ବିହାର, ରୋହତାସ, ଜହନାବାଦ ଓ ଭୋଜପୁର ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ବଢିବଢି ଚାଲିଛି। ସେପଟେ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମୃତ ସବୁ ମୃତକଙ୍କ ପରିବାର ନିମନ୍ତେ  ସରକାର ଘୋଷଣା କରିଥିବା ସହାୟତା ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.