ଟ୍ରାଫିକ୍ ପୋଷ୍ଟରେ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ଛେଚିଲେ ସ୍କୁଟି ଚାଳକ ଯୁବକ, ମହିଳା ପୋଲିସଙ୍କୁ ବି ଛାଡିଲେ ନାହିଁ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 09, 2019 IST

ଭାଗଲପୁର୯|୯: ଭାଗଲପୁରର ଘୂରନପିର ବାବା ଚୌକ ନିକଟରେ ଥିବା ଟ୍ରାଫିକ ପୋଷ୍ଟରେ ପୋଲିସ ଏଏସଆଇ ଓ କନେଷ୍ଟବଳଙ୍କୁ ନିର୍ଧୁମ ଛେଚିଲେ ଜଣେ ସ୍କୁଟି ଚାଳକ ଯୁବକ।ସମଗ୍ର ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଟ୍ରାଫିକ ନିୟମକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଯାଇଛି।

ସୂଚନାଯୋଗ୍ୟ ଯେ, ଘୂରନପିର ବାବା ଚୌକ ନିକଟରେ ଚେକିଂ ପାଇଁ ଜଣେ ସ୍କୁଟି ଚାଳକଙ୍କୁ ପୋଲିସ ଅଟକାଇଥିଲା।ଟ୍ରାଫିକ ନିୟମକୁ ନେଇ ସ୍କୁଟି ଚାଳକ ଯୁବକ ଓ ମହିଳା ପୋଲିସଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ମଧ୍ୟ ଲାଗିଥିଲା।ସ୍କୁଟି ଚାଳକ ଯୁବ ରାଗିଯାଇ ପୋଲିସ ଏଏସଆଇ ବିଦ୍ୟା ଭୂଷଣ ଚୌବେ ଓ କନେଷ୍ଟବଳ ସୁରିୟା ଶଙ୍କର ସଂଗମଙ୍କୁ ବିଚ୍ ରାସ୍ତାରେ ନିର୍ଧୁମ ପିଟି ଥିଲେ। ଏପରିକି ମହିଳା ପୋଲିସଙ୍କ ଉପରକୁ ସେ ମଧ୍ୟ ହାତ ଉଠେଇ ଦେଇଥିଲେ।ଏହି ଘଟଣା ପରେ ସ୍ଥାନୀୟ ଗାଡି ଚାଳକ ଯୁବକଙ୍କୁ ସମର୍ଥନ କରି ପୋଲିସଙ୍କୁ ବିରୋଧ ହୋହାଲ୍ଲା କରିଥିଲେ।

ଜଣେ ମହିଳା ପୋଲିସ ଚାନ୍ଦିନୀ କୁମାରୀ  ଟ୍ରାଫିକ ପୋଷ୍ଟରେ ସ୍କୁଟି ଚାଳକ ଯୁବକଙ୍କୁ  ଅଟକାଇଥିଲା। ସ୍କୁଟି ଚାଳକ ଓ ମହିଳା ପୋଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍ ମହିଳା ପୋଲିସ  ତାଙ୍କ ସ୍କୁଟିରୁ ଚାବି ବାହାର କରିନେଇ କନେଷ୍ଟବଳ ସୁରିୟାଶଙ୍କରଙ୍କୁ ଦେଇଥିଲେ।ଚାବି ମାଗିବାରୁ ଯୁବକଙ୍କୁ ସେମାନେ ଚାବି ନଦେଇ ଫାଇନ ଦେବାକୁ କହିଥିଲେ।

ଏଏସଆଇଙ୍କୁ ପ୍ରଥମେ ସେ ଧକ୍କା ମରିଥିଲେ।ପରେ କନେଷ୍ଟବଳ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଯୁବକ ପିଟିଥିଲେ।ଏହି ସମୟରେ ମହିଳା ପୋଲିସ କର୍ମଚାରୀ ଯୁବକଙ୍କୁ ନାଲି ଆଖି ଦେଖାଇଥିଲେ। ଯୁବକ ପୁଣି ମହିଳା କର୍ମଚାରୀଙ୍କୁ ମଧ୍ୟ ପିଟିଥିଲେ। ଏହି ଘଟଣା ପରେ ଚାବି ଛଡ଼ାଇ ଆଣି ଯୁବକ ସ୍କୁଟି ନେଇ ଚାଲି ଯାଇଥିଲେ।

ମହିଳା ପୋଲିସଙ୍କ କହିବା ଅନୁସାରେ, ଡ୍ୟୁଟି ସମୟରେ ଏହି ଯୁବକ ତାଙ୍କୁ ଅଶ୍ଳିଳ କମେଣ୍ଟ କରିବା ସହ ଦ୍ରୁତଗତିରେ ଗାଡି ମଧ୍ୟ ଚଳାଇନ୍ତି।ତାଙ୍କର ଏହଭଳି କାର୍ଯ୍ୟକଳାପ ପାଇଁ ତାଙ୍କୁ ଟ୍ରାଫିକ୍ ପୋଷ୍ଟରେ ଅଟକାଇଥିଲା। ଯୁବକ ତାଙ୍କ ଦୋଷ ନମାନି ଆହୁରି ଜୋରରେ ଗାଳି ଗୁଲଜ କଲେ ତେଣୁ ତାଙ୍କ ସ୍କୁଟିରୁ ଚାବି ମହିଳା ପୋଲିସ ବାହାର କରିନେଇଥିଲେ। ତାପରେ ଯୁବକ ଏହିଭଳି କାଣ୍ଡ କରିଛି ବୋଲି ମହିଳା ପୋଲିସ କହିଛନ୍ତି। ଯୁବକଙ୍କ ଚିହ୍ନଟ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି ଚେକ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.