ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ
29/08/2018 at 4:15 AM

ସମ୍ବଲପୁର ୨୯/୮:ସମ୍ବଲପୁର ବାଇପାସ ରାସ୍ତା ମରଣଯନ୍ତା ପାଲଟିଛି।ଗତ ମାସକ ମଧ୍ୟରେ ଏହି ରାସ୍ତାରେ ୪ଟି ପୃଥକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହେଲାଣି।ଆଜି ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଶିରିଆବଗିଚା ନିକଟସ୍ଥ ରାସ୍ତାରେ ଏକ ସ୍କୁଟି ଆରୋହୀଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା।ଲପଙ୍ଗାରେ ଥିବା ଆଦିତ୍ୟ ବିର୍ଲା କମ୍ପାନୀରୁ ନିଜ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ ବିକାଶ ବାରିକ।ଦୁର୍ଘଟଣା ଘଟିବା ପରେ ଝାରସୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।କିନ୍ତୁ ସେଠାରେ କୌଣସି ଅଘଟଣ ଆଶଙ୍କାରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି।ଗତ ୩ ଦିନରୁ କ୍ରମାଗତ ଡ୍ୟୁଟି କରୁଥିବା ଓ ଆଦିତ୍ୟ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷ ବିକାଶକୁ ଛାଡି ନଥିବାରୁ ଆଜି ସେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି।