ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ୨ମୃତ
7/01/2019 at 6:02 PM

ବାଲେଶ୍ବର ୭/୧: ଚାନ୍ଦବାଲିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ପାଞ୍ଚପୀଢା ସ୍କୁଲ୍ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀଙ୍କ ନାଁ ନିର୍ମଳ ଦାସ । ତାଙ୍କ ଘର ଆରଡିର ମୁଆଁ ଅଞ୍ଚଳରେ। ସେହିପରି ସ୍କୁଟିରେ ଯାଉଥିବା ଜଣେ ୨ଭଉଣୀଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର ହୋଇଛନ୍ତି । ମୃତା ଯୁବତୀ ବଡ଼ଓସ୍ତିଆ ବାମ୍ଫିସାହି ଗାଁର ସୁଚିତ୍ରା ବେହେରା ବୋଲି ଜଣା ପଡ଼ିଛି। ଗୁରୁତର ଯୁବତୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଛି।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021