ମାତ୍ର ୧୧୧୦ ଟଙ୍କା ଦିଅନ୍ତୁ, ସ୍କୁଟି ଚଲେଇ ଘରକୁ ଯାଆନ୍ତୁ, ଫୁଲ୍ ଚାର୍ଜ ହେଲେ ଚାଲିବ ୬୦ କିଲୋମିଟର

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ, ୦୩|୦୮: କରୋନା ସଙ୍କଟ ମଧ୍ୟରେ ବିଭିନ୍ନ ଅଟୋମୋବାଇଲ କମ୍ପାନୀ ବିଭିନ୍ନ ପ୍ରକାର ଫାଇନାନ୍ସ ସୁବିଧା ପ୍ରଦାନ କରୁଛନ୍ତି । ଏବେ ଆମ୍ପେୟର୍ ଭେଇକିଲ୍ ଇଲେକ୍ଟ୍ରିକ୍ ସ୍କୁଟର ବା ସ୍କୁଟି ମାତ୍ର ୧୧୧୦ ଟଙ୍କାରେ ଇଏମଆଇ ଉପରେ ଅଫର୍ ପ୍ରଦାନ କରିଛି । ଯଦି ଆପଣଙ୍କ ବଜେଟ୍ କମ୍ ରହିଛି ଓ ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହେବ ।

ଆମ୍ପେୟର୍ ଇଲେକ୍ଟ୍ରିକ୍ ଭି୪୮ ନାଁରେ ଏହି ସ୍କୁଟର ଭାରତରେ ବିକ୍ରି ହେଉଛି । କମ୍ ଦାମ୍ ହେଲେ ମଧ୍ୟ ଏହା ବହୁତ ଖାସ୍ ଅଟେ । କମ୍ପାନୀ ଏହାର ବିକ୍ରି ଆରମ୍ଭ କରିବାକୁ ବିଭିନ୍ନ ସ୍କିମ୍ ଆରମ୍ଭ କରିଛି ।

{"id":309349,"width":706,"height":470,"sizeSlug":"large"}

ଏହି ସ୍କିମରେ ସ୍କୁଟର ମାତ୍ର ୧୧୧୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ । ଏହାର ପ୍ରାରମ୍ଭିକ ମୂଲ୍ୟ ୩୪,୨୪୯ ରହିଛି । ଯାହାର ଇଏମଆଇ ବାବଦରେ ମାସକୁ ୧୬୧୦ ଟଙ୍କା ଦେବାକୁ ପଡିବ । ଅଗଷ୍ଟ ୧ରୁ ଏହାର ବିକ୍ରି ବେଙ୍ଗାଲୋରରେ ଆରମ୍ଭ ହୋଇଯାଇଛି । ଆମ୍ପେୟରର ଅନ୍ୟ ସବୁ ସ୍କୁଟରେର ମଧ୍ୟ ଇଏମଆଇ ସୁବିଧା ଉପଲବ୍ଧ ଅଛି ।

ଆମ୍ପେୟର୍ ସ୍କୁଟରରେ ଅଫ୍ ରୋଡରେ ମଧ୍ୟ କମଫର୍ଟ ଫିଲ୍ ହେବ । ଏଥିରେ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଦିଆଯାଇଛି ।  ଏହା ତିନୋଟି କଲରରେ ଉପଲବ୍ଧ । ଏହାର ହ୍ୱିଲବେସ୍ ରହିଛି ୧୨୭୫ ଏମଏମ । ଏହାର କର୍ଭଓ୍ୱେଟ୍ ହେଉଛି ୬୬ କେଜି  ।ଫୁଲ୍ ଚାର୍ଜ ହେଲେ ଏହା ୬୦ କିମି ଯାଇପାରିବ ।

ଏହି ସ୍କୁଟର ୨୫୦ ଓ୍ୱାଟର ପାଓ୍ୱାର ଜେନେରେଟ୍ କରିଥାଏ । ବ୍ୟାଟେରୀ ସହ ୨ ବର୍ଷର ଓ୍ୱାରେଣ୍ଟି ମଧ୍ୟ ମିଳୁଛି । ଏହାସହ କଣ୍ଟ୍ରୋଲର, ଚାର୍ଜର ଉପରେ ଏକ ବର୍ଷର ଓ୍ୱାରେଣ୍ଟି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.