ଇଲେକ୍ଟ୍ରି ପୋଲ୍‌ରେ ପିଟି ହେଲା ସ୍କୁଟି, ୨ ଛାତ୍ରୀ ଗୁରୁତର

Published By : Prameya-News7 Bureau | January 06, 2020 IST

ସମ୍ବଲପୁର – ସମ୍ବଲପୁର ସହରରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି  । ଏହି ଦୁଇ ଜଣ ଗୋଟି ଏ ସ୍କୁଲର ଛାତ୍ରୀ ବୋଲି ଜଣା ପଡିଛି । ସ୍କୁଟିରେ ଯାଉଥିବା ବେଳେ  ଜଣେ ଛାତ୍ରୀ ଭାରସାମ୍ୟ ହରାଇବାରୁ ଏହି  ଦୁର୍ଘଟଣା ଘଟିଛି ।

{"id":207686,"sizeSlug":"large"}

 ସ୍କୁଟିରେ ଏହି ଦୁଇ ଜଣ ଛାତ୍ରୀ ସ୍କୁଲ ଯାଉଥିଲେ । ହଠାତ୍‌ ଭାରସାମ୍ୟ ହରାଇ ସ୍କୁଟିଟି ଏକ ଇଲେକ୍ଟ୍ରି ପୋଲ୍‌ରେ ପିଟି ହୋଇଥିଲା । ପୋଲ୍‌ରେ ପିଟି ହେବା ପରେ ଏହି ଦୁଇ ଜଣ ସ୍କୁଟିରୁ ଛିଟିକି ତଳେ ପଡିଥିଲେ । ଏମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ଖରାପ ହେବାରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.