ବନ୍ଦ ହେବାକୁ ଯାଉଛି ଦେଶର ବଡ ସରକାରୀ କମ୍ପାନୀ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮/୦୮ : ୭୦ ରୁ ୯୦ ଦଶକରେ ଲୋକେ ବ୍ୟବହାର କରୁଥିବା ସ୍କୁଟର୍ସ ଲମ୍ବ୍ରେଟାକୁ ଭାରତରେ ତିଆରି କରୁଥିବା ସ୍କୁଟର୍ସ ଇଣ୍ଡିଆ କଂପାନୀ ବନ୍ଦ କରିବାକୁ ଯୋଜନା କରୁଛି | CNBC ଆବାଜ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗରୁ ସରକାର ଏହି କମ୍ପାନୀର ଅଂଶୀଦାର ବିକ୍ରି କରିବାକୁ ଯୋଜନା କରିଥିଲେ | କିନ୍ତୁ ସ୍କୁଟର ଇଣ୍ଡିଆକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରିନାହାନ୍ତି | ସେଥିପାଇଁ ସରକାର କମ୍ପାନୀକୁ ବନ୍ଦ କରିପାରନ୍ତି |

ସ୍କୁଟର୍ସ ଇଣ୍ଡିଆ କମ୍ପାନୀରେ ସରକାରଙ୍କ ୯୩.୮୭ ପ୍ରତିଶତ ଅଂଶୀଦାର ରହିଛି | ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀ ସେୟାରରେ ୫ ପ୍ରତିଶତ ଉପର ସର୍କିଟ ଲାଗିଛି | ଅର୍ଥାତ ଯେତେବେଳେ ସେୟାର କ୍ରେତା ଥାନ୍ତି କିନ୍ତୁ ବିକ୍ରେତା ନଥାନ୍ତି |

ସ୍କୁଟର୍ସ ଇଣ୍ଡିଆକୁ ବନ୍ଦ କରିବାକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପ୍ରସ୍ତାବ ପ୍ରସ୍ତୁତ କରିଛି | ସୂତ୍ର ଅନୁଯାୟୀ, କମ୍ପାନୀର ଜମି ବିକ୍ରି କରିଦିଆଯିବା | ଏହି ଜମି ଉତ୍ତର ପ୍ରଦେଶ ସରକାରଙ୍କୁ ଫେରାଇ ଦିଆଯିବ | ମେସିନ ଓ ପ୍ଲାଣ୍ଟ ମଧ୍ୟ ବିକ୍ରି କରିଦିଆଯିବ |

ସୂଚନା ଅନୁଯାୟୀ, ସ୍କୁଟର୍ସ ଇଣ୍ଡିଆ ବ୍ରାଣ୍ଡକୁ ଅଲଗା ବିକ୍ରି କରାଯିବ | ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି | ଏହାକୁ ବିକ୍ରି କରିବ ଦାୟିତ୍ୱ ଏମଏସଟିସି (MSTC-Metal Scrap Trading Corporation) କୁ ଦିଆଯିବ | ଏହାକୁ ବିକ୍ରି କରି ଯେଉଁ ଟଙ୍କା ମିଳିବ ତାହା କର୍ମଚାରୀଙ୍କ VRS (Voluntary retirement scheme )ରେ ବ୍ୟବହାର କରାଯିବ | ବନ୍ଦ କରିବ ପୂର୍ବରୁ ଏହି ସେୟାର ବଜାରରୁ ଡ଼ିଲିଷ୍ଟ ମଧ୍ୟ କରାଯିବ |

ଭାରି ଶିଳ୍ପ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ କ୍ୟାବିନେଟକୁ ପଠାଇବା | କ୍ୟାବିନେଟ ମଞ୍ଜୁରୀ ପରେ ଆଗକୁ କାମ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.