ଦିନ ଦ୍ବିପହରେ ଯୁବକଙ୍କୁ ଗୁଳି କରି ହତ୍ୟା...

Published By : Prameya-News7 Bureau | January 02, 2020 IST

ଉତ୍ତରାଖଣ୍ଡ୨/୧: ଦିନ ଦ୍ବିପହରେ ସ୍କୁଟି ଚାଳକ ଯୁବକଙ୍କୁ ଗୁଳି କରି ହତ୍ୟା । ଗୁଳିର ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ରୁଣ୍ଡ ହୋଇଯାଇଥିଲେ। ଉତ୍ତରାଖଣ୍ଡର ହଲ୍‌ଦାନୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ପୁଲିସର ସୂଚନା ଅନୁସାରେ ହଲ୍‌ଦାନୀର ଇନ୍ଦିରା ନଗର ବାସିନ୍ଦା ନଜିମ୍ ନିଜ ସ୍କୁଟିରେ ଯାଉଥିଲେ। ଅଚାନକ କିଛି ଲୋକ ପହଞ୍ଚି ତାଙ୍କ ସ୍କୁଟିକୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ। ଘଟଣା ସ୍ଥଳରେ ନଜିମ୍‌ଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଏସଏସପି ସୁନୀଲ ମୀଣା ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏସଏସପିଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ତାଙ୍କୁ କାହିଁକି ଗୁଳି ମାରିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.