ଡାକ୍ତରଖାନା ପରିସରରେ ସ୍କୁଟିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 08, 2021 IST

ଆନନ୍ଦପୁର ୮।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସର ପାର୍କିଂ ନିକଟରେ ଏକ ସ୍କୁଟିରେ ହଠାତ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ସିକ୍ୟୁରିଟି ଗାର୍ଡ ଓ ଡାକ୍ତରଖାନା କର୍ମଚାରୀମାନେ ମିଳିତ ହୋଇ ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡଧରଣ ଅଘଟଣ ହେବାରୁ ଅଳ୍ପକେ ରକ୍ଷା ମିଳିଛି ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଗୋହିରା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଡାକ୍ତର ଦେଖାଇବାକୁ ମେଡିକାଲକୁ ନେଇଥିଲେ । କାମ ସାରି ପାର୍କିଂରୁ ଗାଡି ନେଇ ସ୍କୁଟିରେ ବସିବା ସମୟରେ ସ୍କୁଟିର ସିଟ୍ ଗରମ ଲାଗିଇଲା । ଫଳରେ ସ୍କୁଟି ଡିକିରେ ନିଆଁ ଲାଗିଥିବା ସେ ଜାଣିବାକୁ ପାଇଥିଲେ । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.