ଦୁଇଟି ନୂଆ ପ୍ରଜାତିର ଡିଆଁ ମାରୁଥିବା ବୁଢ଼ିଆଣୀ ଆବିଷ୍କାର କଲେ ବୈଜ୍ଞାନିକ, ରଖିଲେ ଏମିତି ନାମ ଯାହା ଆପଣ ଶୁଣିଲେ ବି କରିବେ ସଲାମ୍‌

Published By : Prameya-News7 Bureau | June 29, 2021 IST

wp:heading {"level":4}

ମୁମ୍ୱାଇ, ୨୯/୦୬: ମହାରାଷ୍ଟ୍ରର ଥାନେ- କଲ୍ୟାଣ ଅଞ୍ଚଳରୁ କିଛି ବୈଜ୍ଞାନିକ ଦୁଇଟି ନୂଆ ପ୍ରଜାତିର ବୁଢ଼ିଆଣିର ଆବିଷ୍କାର କରିଛନ୍ତି । ଏହି ଦୁଇ ବୁଢିଆଣୀର ବିଶେଷତ୍ୱ ହେଉଛି ଏମାନେ ଡେଇଁ ଡେଇଁ ଯାଇଥାନ୍ତି । ସବୁଠାରୁ ଭଲ କଥା ହେଉଛି କି ଦୁଇ ବୁଢ଼ିଆଣୀଙ୍କ ମଧ୍ୟରୁ ଜଣଙ୍କର ନାମ ସେମାନେ ୨୬।୧୧ ମୁମ୍ୱାଇ ଆଟାକ୍‌ରେ ପ୍ରାଣ ହରାଇଥିବା ତୁକାରାମ ଓମ୍ୱଲେଙ୍କ ନାମରେ ନାମିତ କରିଛନ୍ତି ।

/wp:heading wp:heading {"level":4}

୨୬।୧୧ରେ ମୁମ୍ୱାଇର ତାଜ୍‌ ହୋଟେଲ୍‌ରେ ଆତଙ୍କବାଦୀ ନରସଂହାର କରିଥିଲେ । ଏଥିରେ ସେମାନେ ନିରୀହ ଲୋକଙ୍କୁ ମାରିବା ସହ ଏକ ଡାକ୍ତରଖାନାରେ ପଶି ଆଖିବୁଜା ଗୁଳି ଚାଳନା କରି ଲୋକଙ୍କୁ ମାରିଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲସ୍ ପ୍ରୟାସ ଜାରି ରଖିଥିଲା । ପୋଲିସ୍‌ ସହରର ଚାରିପଟୁ ନାକାବନ୍ଦୀ କରିଥିଲା । ଫଳରେ ଆତଙ୍କବାଦୀ ଦୁଇଜଣ ଖସି ପାରିନଥିଲେ । ପୋଲିସ୍‌ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜୀବିତ ରହିଯାଇଥିଲା । ତାକୁ ଧରିବାକୁ ଯାଇ ଏଏସ୍‌ଆଇ ତୁକାରାମ ୨୩ ଟି ଗୁଳି ଖାଇଥିଲେ । ଯାହାଙ୍କୁ ସାରା ଦେଶ ଆଜି ବି ମନେ ରଖିଛି ।

/wp:heading wp:heading {"level":4}

ତେବେ ଏହି ଦୁଇ ପ୍ରଜାତିର ବୁଢ଼ିଆଣୀ ବିଷୟରେ ରୁଷିଆନ୍‌ ସାଇନ୍ସ ଜର୍ଣ୍ଣାଲ୍‌ରେ ଏକ ତଥ୍ୟ ପ୍ରକାଶ ପାଇଛି । ଏହାକୁ ବୈଜ୍ଞାନିକ ଧ୍ରୁବ ଏ ପ୍ରଜାପତି, ଜନ୍‌ କାଲେବ୍‌, ସୋମନାଥ ବି କୁମ୍ଭାର ଏବଂ ରାଜେଶ୍‌ ସାନାପ୍‌ ଆବିଷ୍କାର କରିଥିଲେ । ଏନେଇ ଧ୍ରୁବ୍‌ ଟ୍ୱିଟରରେ ଏ ସମ୍ୱନ୍ଧରେ ପ୍ରକାଶ କରିବା ପରେ ଲୋକମନେ ଏହାକୁ ସ୍ୱାଗତ କରିବା ସହିତ ତୁକାରାମଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳୀ ବୋଲି କହିଛନ୍ତି ।

/wp:heading wp:heading {"level":1}

  

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.