ସିନ୍ଧିଆଙ୍କୁ ସ୍ୱାଗତ କରିବାକୁ ଅଧୈର୍ଯ୍ୟ ପ୍ରଶଂସକ : ମୋଦିଙ୍କ ଫଟୋକୁ ଢାଙ୍କିଦେଲେ

Published By : Prameya-News7 Bureau | March 12, 2020 IST

ଭୋପାଲ ୧୨/୦୩ : ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଅପରାହ୍ନରେ ଭୋପାଲ ଯାଉଛନ୍ତି | ସିନ୍ଧିଆଙ୍କ ସ୍ୱାଗତ ସମାରୋହ ପାଇଁ ଭୋପାଲ ସହରକୁ ପୋଷ୍ଟର ଏବଂ ହୋର୍ଡ଼ିଂଗରେ ସଜା ଯାଇଛି | ସହର ସାରା ସିନ୍ଧିଆ ହିଁ ଛାଇ ହୋଇ ରହିଛନ୍ତି | ସିନ୍ଧିଆଙ୍କ ସ୍ୱାଗତ ପାଇଁ ବିଜେପି କାର୍ଯ୍ୟାଳୟକୁ ବଧୁ ବେଶରେ ସଜା ଯାଇଛି | ସିନ୍ଧିଆଙ୍କ ସ୍ୱାଗତରେ ବିଜେପି କର୍ମୀ ଏଭଳି ମସଗୁଲ ହୋଇଗଲେ ଯେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ଢାଙ୍କି ଦେଲେ |

ସିନ୍ଧିଆ ବିଜେପିରେ ସାମିଲ ହେବାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭାରି ରହିଛି | ଏହି ଘଟଣାକୁ ଏକ ସ୍ମୃତି ଭାବେ ସାଇତି ରଖିବା ପାଇଁ ଜୋରଦାର ସ୍ୱାଗତ ସମାରୋହର ପ୍ରସ୍ତୁତି କରିଛନ୍ତି ବିଜେପି କର୍ମୀ | ପୂରା ସହରକୁ ପୋଷ୍ଟର ଏବଂ ହୋର୍ଡ଼ିଂଗରେ ସଜେଇଛନ୍ତି କର୍ମୀ | ବିଜେପି ଏବଂ ଆରଏସଏସର ବଡ ବଡ ନେତା ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି |

{"id":237011,"sizeSlug":"large"}

ସିନ୍ଧିଆ ଆଜି ଅପରାହ୍ନରେ ଭୋପାଲ ବିମାନବନ୍ଦରରେ ପହଂଚିବେ | ବିମାନବନ୍ଦରରେ ମଧ୍ୟ ତାଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି | ରାଜା ଭୋଜ ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କର ରୋଡ଼ ଶୋ ହେବ | ବିମାନବନ୍ଦରରେ ପହଂଚିବା ପରେ ସେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ, ବିଜୟାରାଜେ ସିନ୍ଧିଆ, କୁଶାଭାଉ ଠାକରେଙ୍କ ପ୍ରତିମୂର୍ତ୍ତି ଏବଂ ମାଧଵଃରାଓ ସିନ୍ଧିଆଙ୍କ ଫଟୋରେ ମାଲ୍ୟାର୍ପଣ କରିବେ |

ବିଜେପି କାର୍ଯ୍ୟାଳୟରେ ମଧ୍ୟ ସିନ୍ଧିଆଙ୍କ ସ୍ୱାଗତକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ସେଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ | ବୁଧବାର ରାତିରେ ସିନ୍ଧିଆଙ୍କ ସ୍ୱାଗତକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ଆୟୋଜନ କରାଯାଇଥିଲା | ଦ୍ୱିତୀୟ ବୈଠକ ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ଆୟୋଜନ କରାଯାଇଛି | ଏହି ବୈଠକରେ ସମସ୍ତ ବଡ ବଡ ନେତା ଉପସ୍ଥିତ ରହିବେ | ଏହି ବୈଠକରେ ସିନ୍ଧିଆ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.