ବିଶ୍ବରେ ପ୍ରଥମ: ୩୨ ଶହ ମେଗାପିକ୍ସେଲ୍‌ ଡିଜିଟାଲ୍‌ ଫଟୋ ଉଠାଇଲେ ଗବେଷକ, କ୍ୟାମେରାର ଫିଚର୍‌ ରହିଛି ଏମିତି

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ଥିବା କ୍ୟାମେରା କେତେ ମେଗାପିକ୍ସେଲ୍‌ ? ଏଭଳି ପ୍ରଶ୍ନ ଆପଣ ନୂଆ ଫୋନ କିଣିବା ବେଳେ ଅନେକ ଲୋକ ପଚାରିଥିବେ। ବିଶେଷ କରି ବଜାରରେ ଉବଲବ୍ଧ ଅନେକ ବ୍ରାଣ୍ଡର ଫୋନ୍ କେବଳ ତାର କ୍ୟାମେରା ପାଇଁ ଲୋକପ୍ରିୟତା ହାସଲ କରେ ବୋଲି କହିଲେ ଭୁଲ ହେବନି । ମୋବାଇଲରେ ଯେତେ​‌ ଅଧିକ ମେଗାପିକ୍ସେଲ୍‌ କ୍ୟାମେରା ଥିବ ସେ​‌ତେ ସୁନ୍ଦର ଓ ସ୍ବଚ୍ଛ ଫଟୋ ଉଠାଇହେବ। କିନ୍ତୁ ୩୨୦୦ ମେଗାପିକ୍ସେଲ୍‌ ଡିଜିଟାଲ୍‌ ଫଟୋ କେବେ ଦେଖିଛନ୍ତି ?

ଷ୍ଟାନ୍‌ଫୋର୍ଡର ଗବେଷକମାନେ ୩୨୦୦ ଏମପିର ଏକ ଡିଜିଟାଲ୍‌ ଫଟୋ କ୍ଳିକ୍‌ କରିଛନ୍ତି । ଯାହାକି ବିଶ୍ବର ସବଠୁ ବଡ଼ ଫଟୋ । ଏହି ଫଟୋ ଉଠାଇବା ପାଇଁ ଦୁନିଆର ସବୁଠୁ ବଡ଼ ଡିଜିଟାଲ୍‌ କ୍ୟାମେରାର ବ୍ୟବହାର କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଫଟୋକୁ ଭଲ ଭାବେ ଦେଖିବା ପାଇଁ ୩୪୮ ୪କେ ଅଲ୍‌ଟ୍ରା ହାଇ ଡେଫିନେସ୍‌ନ ଟିଭି ସ୍କ୍ରିନ୍‌ର ଆବଶ୍ୟକତା ପଡ଼ିଥିଲା । ତେବେ ଏହି ବଡ଼ କ୍ୟାମେରାର ରିଜିଲ୍ୟୁସନ୍ ଏତେ ଅଧିକ ଯେ ଏକ ଗଲ୍ଫ ବଲ୍‌କୁ ୧୫ କି.ମି ଦୂରରୁ ଅତି ସ୍ପଷ୍ଟ ଭାବେ ଦେଖିହେବ। ଖାଲି ଆଖିକୁ ଦେଖାଯାଉନଥିବା ଜିନିଷକୁ ଏଥିରେ ଥିବା ସେନ୍ସର ଅତି ସହଜରେ କ୍ୟାଚ୍‌ କରିପାରିବ ।

ଏଭଳି ଏକ ଫଟୋ ନେବା ପାଇଁ ୧୮୯ ସେନ୍ସରର ଆବଶ୍ୟକତା ପଡ଼ିଥିଲା। ପ୍ରତି ସେନ୍ସର ୧୬ ଏମ.ପି । ଏହାକୁ ଚାର୍ଜ-କପୋଲ୍ଡ ଡିଭାଇସ୍‌ ବୋଲି କୁହାଯାଏ । ସିସିଡିର ପ୍ରତି ୟୁନିଟ୍‌କୁ ରାଫ୍ଟସ୍‌ ବୋଲି କୁହାଯାଏ । ଯାହାକି କ୍ୟାମେରାର ଫୋକାଲ୍‌ ପ୍ଲେନ୍କୁ ପରିପୂର୍ଣ୍ଣ କରେ । ମୋଟ ୨୫ଟି ରାଫ୍ଟସ୍ ଥିବା ବେଳେ ୪ଟି ଫଟୋ ଉଠାଇବାରେ ବ୍ୟବହାର ହୋଇନଥାଏ । କ୍ୟାମେରାର ଫୋକାଲ୍ ପ୍ଲେନ୍ ମୋଟ ୩.୨ ବିଲିୟନ୍ ପିକ୍ସେଲ୍ସ । ତେବେ ପ୍ରତି ରାଫ୍ଟସ୍‌ର ଦାମ ୩ ମିଲିୟନ୍‌ ଡଲାର ବୋଲି ଜଣାପଡ଼ିଛି । ଏହି ବିଶାଳ ଡିଜିଟାଲ କ୍ୟାମେରାକୁ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଲିଗାସି ସର୍ଭେ ଅଫ ସ୍ପେସ୍‌ ଆଣ୍ଡ ଟାଇମ୍‌ (ଏଲଏସ୍‌ଏସ୍‌ଟି)ର ଟେଲିସ୍କୋପ୍‌ରେ ଲଗାଯିବ ଏବଂ ଏଥିପାଇଁ କାମ ଚାଲିଛି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.