Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ନିଜ ପିଲାର ମୃତଦେହ ଖାଇଗଲେ ମାଙ୍କଡ଼: ବ୍ୟବହାରିକ ପରିବର୍ତ୍ତନ ଦେଖି ବୈଜ୍ଞାନିକ ତାଜୁବ, ମିଳିଲା ଏମିତି ତଥ୍ୟ

25/11/2020 at 4:46 PM

ନୂଆଦିଲ୍ଲୀ ୨୫/୧୧: ମାଙ୍କଡ଼ଙ୍କ ବ୍ୟବହାର ପ୍ରାୟ ମଣିଷଙ୍କ ଭଳି ! ମଣିଷଙ୍କ ପରି ମାଙ୍କଡ଼ ମଧ୍ୟ ନିଜ ପିଲାଙ୍କ ଯତ୍ନ ନେଉଥିବା ଭିଡିଓ ଦେଖିବାକୁ ମିଳେ। କିନ୍ତୁ ବିଶ୍ବର ଏମିତି ଏକ ପ୍ରଜାତିର ମାଙ୍କଡ଼ ଅଛନ୍ତି ଯେଉଁମାନେ ନିଜ ଶିଶୁର ମୃତଦେହକୁ ଖାଇବାର ଦେଖିବାକୁ ମିଳିଛି। ତେବେ ମାଙ୍କଡ଼ର ଏଭଳି ବ୍ୟବହାରିକ ପରିବର୍ତ୍ତନକୁ ଦେଖି ବୈଜ୍ଞାନିକମାନେ ବି ତାଜୁବ।

କୋଷ୍ଟା ରିକାର ସାଣ୍ଟା ରୋଜା ଜାତୀୟ ଉଦ୍ୟାନରେ କିଛି ଓ୍ବାଇଲ୍ଡ ଲାଇଫ୍‌ ଏକ୍ସପୋର୍ଟ ଓ ବିଶେଷଜ୍ଞ କ୍ୟାପୁଚିନ୍‌ ପ୍ରଜାତିର ମାଙ୍କଡ଼ ଜୀବନଶୈଳୀ ଉପରେ ପରୀକ୍ଷା କରୁଥିଲେ। ଏହି ମାଙ୍କଡ଼ଙ୍କ ଉପରେ ଏକ ଫିଲ୍ମ ତିଆରି ହେଉଥିଲା। ଠିକ୍‌ ଏହି ସମୟରେ ଏକ ଆଶ୍ଚୀର୍ଯ୍ୟ କଲା ଭଳି ଘଟଣା ଘଟିଥିଲା। ମାଙ୍କଡ଼ଙ୍କ ଏକ ଛୋଟ ପିଲା ଗଛରୁ ପଡ଼ି ମୃତ୍ୟୁ ବରଣ କରିଥିଲା। ଏହା ଦେଖି ଗଛରେ ଥିବା ଅନ୍ୟ ମାଙ୍କଡ଼ ଜଣେ ପରେ ଜଣେ ତଳକୁ ଓହ୍ଲାଇଥିଲେ। ଦେଖୁ ଦେଖୁ ଛୋଟ ମାଙ୍କଡ଼ର ମୃତଦେହକୁ ଖାଇଯାଇଥିଲେ।

କ୍ୟାପୁଚିନ୍‌ ମାଙ୍କଡ଼ଙ୍କ ଏଭଳି ବ୍ୟବହାରରେ ଏକ୍ସପୋର୍ଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛୋଟ ଛୋଟ ପୋକ ତଥା ଫଳ ପତ୍ର ଖାଉଥିବା ଏହି ଧଳା ମୁହଁ ଥିବା ମାଙ୍କଡ଼ କିଭଳି ହଠାତ ନିଜ ପିଲାର ମୃତଦେହ ଖାଇଗଲେ ସେନେଇ ବିଶେଷଜ୍ଞ ଚିନ୍ତାରେ ପଡ଼ିଯାଇଥିଲେ। ତେବେ ଏହା ଏକ ପ୍ରକାର କ୍ୟାନିବାଲିଜିମ୍‌(cannibalism) । ଏହାର ଅର୍ଥ ନିଜ ପ୍ରଜାତିର ଜୀବଙ୍କୁ ଖାଇବା । କ୍ୟାପୁଚିନ୍‌ ମାଙ୍କଡ଼ ସାଣ୍ଟା ରୋଜା ଜାତୀୟ ଉଦ୍ୟାନରେ ୩୭ ବର୍ଷ ହେଲା ରହିଆସୁଛନ୍ତି।

ମୃତ ଛୋଟ ମାଙ୍କଡ଼ର ମା’ ଶବ ପାଖ​‌ରେ କିଛି ସମୟ ବସିବା ପରେ ମୃତ ଶରୀର ବାମ ପାର୍ଶ୍ବ ଗୋଡ଼ ନେଇ ଖାଇଥିଲା। ପ୍ରଥମେ ଶବକୁ ଖାଇବା ଆରମ୍ଭ କରିଥିବା ୨ ବର୍ଷୀୟ ମାଙ୍କଡ଼ ମୃତ ମାଙ୍କଡ଼ର ଭାଇ ହେବ ବୋଲି ଏକ୍ସପୋର୍ଟ ଜାଣିବାକୁ ପାଇଥିଲେ। ତେବେ ଏଭଳି ଘଟଣା ମଧ୍ୟ ଓ ଦକ୍ଷିଣ ଆମେରିକାରେ ମୋଟ ୮ ଥର ଘଟିଛି। ବିଶେଷ କରି ଜଣେ ମା’ ମାଙ୍କଡ଼ ନିଜ ପିଲାର ମୃତ୍ୟୁ ପରେ ଆକ୍ରାମକ ହୋଇଯାଏ। ଶବ ପାଖକୁ ଯିଏ ଗଲେ ଆକ୍ରମଣ କରେ। କିନ୍ତୁ ଏଭଳି ପ୍ରଜାତିର ମାଙ୍କଡ଼ ଓଲଟା ବ୍ୟବହାର ଦେଖାଇଛନ୍ତି। କ୍ୟାପୁଚିନ୍ ମାଙ୍କଡ଼ ବିଶେଷ କରି ଛୋଟ ଛୋଟ ପୋକ, ଫଳ, ଫତ୍ର ଆଦି ଖାଇଥାନ୍ତି।

   Related Posts