Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ପୃଥିବୀ ପାଇଁ ଆଉ ଏକ ମହାସଙ୍କଟ : ମହାକାଶରୁ ଆସୁଛି ମହାବିପତ୍ତି ! ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

22/05/2020 at 1:01 PM

କରୋନା କାଳରେ ବିଶ୍ବ ସମକ୍ଷରେ ଆଉ ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟପ୍ରଦ ଖୁଲାସା କରିଛନ୍ତି ଯେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ପଡ଼ୁଛି। ପୃଥିବୀରେ ଜୀବନ ପାଇଁ ଚୁମ୍ବକୀୟ କ୍ଷେତ୍ର ନିହାତି ଜରୁରୀ। ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପୃଥିବୀ ଅନ୍ତରୀକ୍ଷରୁ ହେଉଥିବା ବିକିରଣ ଏବଂ ସୂର୍ଯ୍ୟରୁ ବାହାରୁଥିବା ଚାର୍ଜିତ କଣିକାରୁ ବର୍ତ୍ତି ପାରିଥାଏ। ଏବେ ଏହି ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ଆରମ୍ଭ ହୋଇଗଲାଣି। ଆସନ୍ତୁ ଜାଣିବା କ’ଣ ଏହି ସଙ୍କଟ ଏବଂ ଏହା ଦ୍ବାରା ଉପଗ୍ରହ ଏବଂ ଅନ୍ତରୀକ୍ଷ ଯାନର କି ବିପଦ ରହିଛି।


ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ଯେ ଆଫ୍ରିକା ଏବଂ ଲାଟିନ୍ ଆମେରିକା ମହାଦ୍ବୀପ ମଧ୍ୟରେ ଏକ ବଡ଼ ଅଞ୍ଚଳରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାରେ ଅଭାବ ଦେଖା ଦେଇଛି। ଏହାକୁ ଦକ୍ଷିଣ ଆଟଲାଣ୍ଟିକ୍ ବିଷମତା କୁହାଯାଉଛି। ପାଖାପାଖି ୫ବର୍ଷ ତଳେ ହିଁ କମ୍ ତୀବ୍ରତାର ଏହି କ୍ଷେତ୍ର ବିକଶିତ ହୋଇଛି। ବୈଜ୍ଞାନିକଙ୍କ ଅନୁମାନ ରହିଛି ଯେ ପୃଥିବୀ ଧ୍ରୃବରେ ପରିବର୍ତ୍ତନ ଆଡ଼କୁ ମୁହାଁଉଛି । ଏହା ଅନୁସାରେ ଉତ୍ତର ଧ୍ରୃବ ଏବଂ ଦକ୍ଷିଣ ଧ୍ରୃବ ପରସ୍ପରର ସ୍ଥାନ ନେଉଛନ୍ତି। ଏପରି ଶେଷ ଥର ୭,୮୦,୦୦୦ବର୍ଷ ପୂର୍ବେ ହୋଇଥିଲା।


ଦକ୍ଷିଣ ଆଟଲାଣ୍ଟିକ୍ ବିଷମତା ଯୋଗୁଁ ଉପଗ୍ରହ ଏବଂ ଏହି ଅଞ୍ଚଳରୁ ଅତିକ୍ରମ କରୁଥିବା ଅନ୍ତରୀକ୍ଷ ଯାନ ପାଇଁ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଅନ୍ତରୀକ୍ଷରେ ଚକ୍କର ଲଗାଉଥିବା ଉପଗ୍ରହ ଏବଂ ଅନ୍ତରୀକ୍ଷ ଯାନକୁ ଯାନ୍ତ୍ରିକ ସମସ୍ୟାର ଶିକାର ହେବାକୁ ପଡ଼ୁଛି। ଏହି ପୂରା ସଙ୍କଟର ଖୁଲାସା ୟୁରୋପୀୟ ସ୍ପେସ୍ ଏଜେନ୍ସି କରିଛି। ଏଜେନ୍ସି ନିଜ ସ୍ୟାଟେଲାଇଟ୍ ସାହାଯ୍ୟରେ ଏହାର ତଥ୍ୟ ଏକାଠି କରିଛନ୍ତି। ଏହି ସାଟେଲାଇଟ୍ ବିଶେଷ ଭାବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ନିର୍ମାଣ କରୁଥିବା ଚୁମ୍ବକୀୟ ତରଙ୍ଗର ଚିହ୍ନଟ ଏବଂ ଏଗୁଡ଼ିକ ମାପ କରିବା ପାଇଁ ନିର୍ମାଣ କରାଯାଇଛି। ଏହା ଦ୍ବାରା ବୈଜ୍ଞାନିକଙ୍କୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ହୋଇଥିବା ସମସ୍ୟା ବିଷୟରେ ସୂଚନା ମିଳିଥିଲା।


ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ୨୦୧୩ମସିହାରୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଅଧ୍ୟୟନ କରୁଛି। ଏହି ମିଶନରେ ୩ଟି ସାଟେଲାଇଟ୍ ଲାଗିଛି ଯାହା ଉଚ୍ଜ ଗୁଣବତ୍ତାକୁ ସୂଚାଇଥାଏ।
ଗତ କିଛି ବର୍ଷରୁ ବିଶେଷଜ୍ଞଙ୍କ ରାଡାରରେ ଚୁମ୍ବକୀୟ କ୍ଷେତ୍ରରେ ବିଚ୍ୟୁତି ଥିଲା। ଗତ ୨୦୦ବର୍ଷ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାରେ ୯ପ୍ରତିଶତ ଅଭାବ ଆସିଥିଲା। ବୈଜ୍ଞାନିକମାନେ କହିଥିଲେ ଯେ ଧ୍ରୃବରେ ହଠାତ୍ ପରିବର୍ତ୍ତନ ହୋଇନଥାଏ ବରଂ ଏହା ଧୀରେ ଧୀରେ ହୋଇଥାଏ। ଏହି ପରିବର୍ତ୍ତନ ପ୍ରତି ୨,୫୦,୦୦୦ବର୍ଷରେ ହୋଇଥାଏ।


ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଜୀବନ ପାଇଁ ଏକ ରକ୍ଷା କବଚ ଭଳି। ଏହି ଚୁମ୍ବକୀୟ କ୍ଷେତ୍ରର ଉତ୍ପତ୍ତି ପୃଥିବୀର ଲୌହ ସମ୍ପନ୍ନ ଦ୍ରବୀୟ ବାହାର ପିଣ୍ଡରେ ବୋହୁଥିବା ବିଦ୍ୟୁତ୍ ଧାରା ଯୋଗୁଁ ହୋଇଥାଏ।

   Related Posts