ଅକ୍ଟୋବର ସୁଦ୍ଧା ଦେଶକୁ ଦୋହଲାଇବ ତୃତୀୟ ଲହର: ଜାଣନ୍ତୁ କଣ କହୁଛନ୍ତି ୪୦ ବିଶେଷଜ୍ଞ

Published By : Prameya-News7 Bureau | June 18, 2021 IST

ବେଙ୍ଗାଲୁରୁ ୧୮/୦୬ : କରୋନାର ଦ୍ୱିତୀୟ ଲହର ଯେଉଁଭଳି ଦେଶରେ ବିପର୍ଯ୍ୟୟ ଘଟାଇଛି ତାକୁ ଦୃଷ୍ଟିରେ ରଖି ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି ଯେ ତୃତୀୟ ଲହର ନିଶ୍ଚିତ ଆସିବ। କିନ୍ତୁ ତୃତୀୟ ଲହର କେତେ ମାରାତ୍ମକ ହେବ ସେନେଇ ଅନୁସନ୍ଧାନ ଜାରି ରହିଛି। ବର୍ତ୍ତମାନ ନ୍ୟୁଜ୍ ଏଜେନ୍ସି ରାଏଟର୍ସ ଏହି ପ୍ରସଙ୍ଗରେ ବିଶ୍ୱର ପ୍ରାୟ ୪୦ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଛି।

ଏହି ମତାମତ ଅନୁଯାୟୀ, ପ୍ରାୟ ୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ ଅକ୍ଟୋବର ମାସ ସୁଦ୍ଧା ଭାରତରେ ତୃତୀୟ ଲହର ଆସିପାରେ। ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ ଅଗଷ୍ଟ, ସେପ୍ଟେମ୍ବର ମାସରେ ତୃତୀୟ ଲହରର ପ୍ରଭାବ ଆରମ୍ଭ ହେବ। ତେବେ ପ୍ରାୟ ୭୦ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗ ଅପେକ୍ଷା ଭାରତ ତୃତୀୟ ଲହରକୁ ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ସକ୍ଷମ ହେବ।

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ତୃତୀୟ ଲହରକୁ ନିୟନ୍ତ୍ରଣ କରାଯାଇପାରିବ କାରଣ ସେତେବେଳକୁ ଟିକାକରଣ ବହୁତ ବୃଦ୍ଧି ପାଇଥିବ। ସେତେବେଳକୁ ଦେଶରେ ବହୁ ସଂଖ୍ୟକ ଲୋକ କରୋନା ଟିକା ନେଇ ସାରିଥିବେ।ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ବୋଲି କୁହାଯାଉଛି। ପ୍ରାୟ ଦୁଇ-ତୃତୀୟାଂଶ ବିଶେଷଜ୍ଞ ଏଥିରେ ସହମତ ଅଛନ୍ତି। ଜଣେ ବିଶେଷଜ୍ଞ କହିଛନ୍ତି ଯେ ୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ବିପଦ ଅଧିକ ହୋଇପାରେ କାରଣ ସେମାନଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଜାରି ରହିଛି ଚାଲିଛି।

ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏମ୍ସ ନିଜର ସେରୋପ୍ରେଭାଲେନ୍ସ ସର୍ଭେରେ କହିଛନ୍ତି ଯେ ବୟସ୍କଙ୍କ ତୁଳନାରେ କରୋନାର ତୃତୀୟ ଲହର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ହେବ ନାହିଁ। ନୂତନ ଅଧ୍ୟୟନରେ WHO ଏବଂ AIIMS ବିଭିନ୍ନ ଦାବି କରିଛନ୍ତି। ସର୍ଭେ ଅନୁଯାୟୀ ବୟସ୍କଙ୍କ ତୁଳନାରେ ପିଲାମାନଙ୍କ ମଧ୍ୟରେ ସେରୋ ପଜିଟିଭିଟି ହାର ବହୁତ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.