ଜଣାପଡିଲା ଭୂ ପୃଷ୍ଠରେ ପାହାଡମାନଙ୍କ ଉଚ୍ଚତା ବଢିବାର କାରଣ, ଧସୁଛି ମାଟି

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ :  ସାରା ବିଶ୍ୱ ଏବେ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଭୂ-ବୈଜ୍ଞାନିକଙ୍କ ଏକ ଅନୁସନ୍ଧାନ ସମସ୍ତଙ୍କୁ  ଚକିତ କରିଛି। ଭୂ ଗର୍ଭ ସମ୍ପର୍କିତ ଏକ ଦୀର୍ଘ ଗବେଷଣା ପରେ ବୈଜ୍ଞାନିକମାନେ ପୃଥିବୀର କୋର ବୁଲୁଥିବାର ସୂଚନା ଦେଇଛନ୍ତି। ଏହି ବୈଜ୍ଞାନିକ ଗବେଷଣା ସମ୍ପର୍କିତ ରିପୋର୍ଟ ‘ଆର୍ଥ ଏଣ୍ଡ ପ୍ଲାନେଟରୀ ସାଇନ୍ସ ଲେଟର’ରେ ପ୍ରକାଶ ପାଇଛି। ଅର୍ବାନା କ୍ୟାମ୍ପେନସ୍ଥିତ ୟୁନିଭର୍ସିଟି ଅଫ ଇଲିନୟର ଗବେଷକମାନେ ପ୍ରଥମ ଥର ଏପରି ତଥ୍ୟ ଦେଇଛନ୍ତି।

{"id":270253,"width":581,"height":343,"sizeSlug":"large"}

ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁସାରେ ପୃଥିବୀର ମଧ୍ୟଭାଗ ବୁଲୁଛି। ଯାହାକୁ କୋର ବୋଲି କୁହାଯାଏ। ଫଳରେ ମାଟି ଧସୁଥିବା ବେଳେ ପୃଥିବୀରେ ପହାଡମାନଙ୍କର ଉଚ୍ଚତା ବଢିବାରେ ଲାଗିଛି। ପୃଥିବୀର କେନ୍ଦ୍ରରେ ହେଉଥିବା ଏହି ପ୍ରକ୍ରିୟା ଯୋଗୁ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। କେବଳ ଏଥି ଯୋଗୁ ନର୍ଥପୋଲ କାନାଡାରୁ ସାଇବେରିଆ ଆଡକୁ ଖସୁଛି। ୧୯୯୬ ମସିହାରେ ପ୍ରଥମ ଥର ପୃଥିବୀର କେନ୍ଦ୍ର ସ୍ଥଳରେ ସାମାନ୍ୟ କମ୍ପନ ଜଣାପଡିଥିଲା। ସେବେଠାରୁ ଏହାର ବୈଜ୍ଞାନିକ ଗବେଷଣା ଆରମ୍ଭ ହୋଇଥିଲା ବୋଲି ଗବେଷଣା ନିବନ୍ଧର ସହ ଲେଖକ ତଥା ବୈଜ୍ଞାନିକ ଜିୟାଓଡୋଙ୍ଗ ସଙ୍ଗ କହିଛନ୍ତି।

wp:html /wp:html

ଏହି ଗବେଷଣା ବେଳେ ପୃଥିବୀର ବିଭିନ୍ନ କ୍ଷେତ୍ରରେ ହେଉଥିବା ଭୂମିକମ୍ପର ସମ୍ପର୍କ ମଧ୍ୟ କୋର ସହ ଥିବାର ଜଣାପଡିଥିଲା। ଏହି କୋର ବୁଲିବା ଯୋଗୁ ପୃଥିବୀରେ ଭୂଚଳନ ହେବା ସହ କମ୍ପନ ମଧ୍ୟ ହେଉଛି। ଭୂମିକମ୍ପର ତରଙ୍ଗ ପୃଥିବୀର କୋର ପର୍ଯ୍ୟନ୍ତ ଯାଉଥିବା ଜିୟାଓ କହିଛନ୍ତି। ଯଦି ପୃଥିବୀର କୋର ସ୍ଥିର ଥାନ୍ତା ତେବେ ଭୂମିକମ୍ପ ତରଙ୍ଗ ସୃଷ୍ଟି ହେଉନଥାନ୍ତା ବୋଲି ସେ କହିଛନ୍ତି। ଭୁମି କମ୍ପ ତରଙ୍ଗ ଆସିବା ଓ ଯିବ ସମୟ ମଧ୍ୟରେ ଥିବା ବ୍ୟବଧାନରୁ କୋର ବୁଲୁଥିବାର ଜଣାପଡିଛି।

{"id":270256,"sizeSlug":"large"}

ଏଥିରୁ ଏବେ ଖୁବ୍ ଶୀଘ୍ର ଭୂମିକମ୍ପ ଉତ୍ପତି ସ୍ଥଳକୁ ଚିହ୍ନଟ କରାଯାଇପାରୁଛି। ଯଦି ପୃଥିବୀ ଗର୍ଭରେ କୋର ବୁଲୁଥିବାର ସୂଚନା ଆମକୁ ଜଣାପଡିନଥିଲେ ଭୂମିକମ୍ପ ସମ୍ପର୍କରେ ଆମେ ସବୁଦିନେ ଅଜଣା ହୋଇ ରହିଥାନ୍ତେ। ଏବେ ଏହି ଘୂର୍ଣ୍ଣନ ଯୋଗୁ ଭୂମିକମ୍ପ ସମ୍ପର୍କରେ ଅଧିକ ତଥ୍ୟ ମଧ୍ୟ ଆମେ ଜାଣିପାରିବା ବୋଲି କହିଛନ୍ତି ଜିୟାଓଡୋଙ୍ଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.