Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମାଜିକ ଦୂରତା ପାଳନ କରୁଛନ୍ତି ମାଙ୍କଡ : ମାଙ୍କଡଙ୍କ ଏହି ହାବଭାବ ଉପରେ ଗବେଷଣା କରୁଛନ୍ତି ବୈଜ୍ଞାନିକ

15/05/2020 at 1:58 PM

ନୂଆଦିଲ୍ଲୀ ୧୫/୦୫ : ନେବେଲ କରୋନା ଭାଇରସର ପ୍ରକୋପରେ ଏବେ ସାରା ବିଶ୍ୱର ଜନତା ତ୍ରାହୀ ତ୍ରାହୀ ଡାକୁଛନ୍ତି । ଭୟଙ୍କର ଭୂତାଣୁର ପ୍ରକୋପରେ ରୋକ ଲଗାଇବା ପାଇଁ ସରକାର ଲକଡାଉନ ଅବଧି ବଢାଇ ବଢାଇଚାଲି୍ତି| ଏହାଛଡା ସାମାଜିକ ଦୂରତା ନିୟମ ପାଳନ କରିବାକୁ ଜନତାଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି | କାରଣ କରୋନା ସଂକ୍ରମଣ ରୋକିବା ପାଇଁ  ପ୍ରଭାବୀ ପଦକ୍ଷେପ ହେଲା ସାମାଜିକ ଦୂରତା | ତଥାପି ମଣିଷ ନିଜ ପ୍ରକୃତି ଆଗରେ ହାର ମାନିଯାଉଛି | ଅନେକ ସମୟରେ ମଣିଷ ଅଯଥାରେ ଅନେକ ଜାଗାରେ ଭିଡ ଜମାଉଛି | ଅଥଚ ମଣିଷ  ଅପେକ୍ଷା ପଶୁ ମାନେ ବୋଧହୁଏ ବେଶି ବୁଝୁଛନ୍ତି  କୋଭିଡ ୧୯ର ଭୟାବହତାରୁ ବଞ୍ଚିବା ପାଇଁ ସାମାଜିକ ଦୂରତା କେତେ ଆବଶ୍ୟକ | ବୈଜ୍ଞାନିକଙ୍କ ଗବେଷଣା ଓ ଯୁକ୍ତି ସହିତ ତଥ୍ୟବି ରଖୁଛନ୍ତି ।  

ବୈଜ୍ଞାନିକ କହିଛନ୍ତି ଯେ, ପଶୁମାନଙ୍କ ମଧ୍ୟରେ ସାମାଜିକ ଦୂରତା ପ୍ରସଙ୍ଗରେ ସେମାନେ କିଛି ପ୍ରମାଣଏକାଠି କରିଛନ୍ତି | ଭୂତାଣୁ ଜନିତ ରୋଗର ସଂକ୍ରମଣକୁ ରୋକିବା ପାଇଁ ପଶୁମାନେ ସାମାଜିକ ଦୂରତା ପାଳନ କରିଥାନ୍ତି | ଏହାସହ ପଶୁମାନେ ନିଜ ଶରୀର ପ୍ରତି ଅଧିକ ସମ୍ବେଦନଶୀଳ | ସେମାନେ ନିଜ ପ୍ରଜାତି ସହ ମିଶି ରୁହନ୍ତି କିନ୍ତୁ ଅନ୍ୟ ସମ୍ପ୍ରଦାୟ ଠାରୁ ଦୁରେଇ ରୁହନ୍ତି  ବୋଲି ମତ ରଖିଛନ୍ତି ଗବେଷକ ଏବଂ ବିଶେଷଜ୍ଞ ।

ପଶୁମାନଙ୍କ ସାମାଜିକ ଦୂରତାକୁ ନେଇ ଏକ ଗବେଷଣା ସମ୍ବଳିତ ସନ୍ଦର୍ଭ ଏନିମଲ ବିହେଭିୟର ପତ୍ରିକାରେ ପ୍ରକାଶିତ ହୋଇଛି | ଘାନାର ବୋଆବେଙ୍ଗ ଏବଂ ଫିଏମା ଗାଁ ନିକଟରେ ଥିବା ଏକ ଛୋଟ ଜଙ୍ଗଲରେ ରହୁଥିବା ୪୫ଟି ମାଇ କୋଲାବସ ମାଙ୍କଡଙ୍କ ଉପରେ ଏକ ଗବେଷଣା କରାଯାଇଥିଲା | ମାଙ୍କଡଙ୍କ ଅନ୍ତନଳୀରେ ଥିବା ପାଚନ କ୍ରିୟାରେ ସାହାଯ୍ୟ କରୁଥିବା ସୁକ୍ଷ୍ମଜୀବକୁ ଅନେକ ମାନଦଣ୍ଡ ଉପରେ ପରଖା ଯାଇଥିଲା | ଏଥିରେ ସାମାଜିକ ଦୂରତା ମଧ୍ୟ ସାମିଲ ଥିଲା |

ଏହି ଗବେଷଣା ଦ୍ୱାରା ବୈଜ୍ଞାନିକମାନେ ମାଙ୍କଡଙ୍କ ସୋସିଆଲ ମାଇକ୍ରୋବାୟଲ ଟ୍ରାନ୍ସମିସନ ସମ୍ପର୍କରେ ଜାଣିପାରିବେ ଯାହାଦ୍ୱାରା ମଣିଷମାନଙ୍କ ମଧ୍ୟରେ ରୋଗ କିଭଳି ବ୍ୟାପିଥାଏ ତାହା ଜଣାପଡିବ | ଏହାସହ ମଣିଷଙ୍କୁ  ରୋଗସଂକ୍ରମଣରୁ ରକ୍ଷା କରିବା ପାଇଁ ସାମାଜିକ ଦୂରତା ପାଳନ କରିବା ଲଭଦାୟୀ ପ୍ରମାଣିତ ହୋଇପାରେ | ବୈଜ୍ଞାନିକଙ୍କ କହିବାନୁଯାୟୀ, ମଣିଷ ଓ ମାଙ୍କଡ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି | ତେବେ ଗବେଷଣାରୁ ଜଣାପଡିବ ଯେ ସାମାଜିକ ଦୂରତା ପାଳନ କଲେ କରୋନା ଏବଂ ଭବିଷ୍ୟତରେ ଆସିବାକୁ ଥିବା ଅନ୍ୟ ସଂକ୍ରମଣ ରୋଗରୁ ରକ୍ଷା ପାଇବାରେ ସାମାଜିକ ଦୂରତା କେତେ ଲାଭଦାୟୀ ?

   Related Posts