କରୋନାର ସବୁ ପ୍ରକାର ଭାରିଆଣ୍ଚକୁ ମାତ୍ ଦେବ ବୈଜ୍ଞାନିକଙ୍କ ସୁପର ଭାକସିନ୍

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬ : ଦୀନକୁ ଦିନ ଅନେକ ପ୍ରକାରର ରୂପ ବଦଳାଉଛି ମାରାତ୍ମକ ଭୂତାଣୁ । ତେବେ ଏହାକୁ ମାତେ ଦେବାକୁ ବା ପ୍ରତିହତ କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଆମେରିକାର ବୈଜ୍ଞାନିକ । ଆମେରିକାର ବୈଜ୍ଞାନିକମାନେ କରୋନାର ଅନେକ ରୂପକୁ ଚକମା ଦେବାରେ ସଫଳ ହୋଇପାରେ । ମହାମାରୀ ଯେତେ ରୂପ ବଦଳାଇଲେ ମଧ୍ୟ ଏହି ଭାକସିନ ସମ୍ମୁଖରେ ତିଷ୍ଠିପାରିବନି ।

ଏହି ଭାକସିନ୍ କୋଭିଡ-୧୯ ମୁକାବିଲା କରିବା ବେଶ୍ ପଳପ୍ରଦ ରହିବ । କରୋନା ମହାମାରା ଏଯାବତ୍ ମୁଖ୍ୟତଃ ୨ଟି ମହାମାରୀକୁ ବଢିବାରେ ସହାୟକ ହୋଇଛି । ଗୋଟିଏ ହେଉଛି ୨୦୦୩ରେ ସାର୍ସ ଏବଂ ଅନ୍ୟଟି ୨୦୧୯-୨୦ରେ କୋଭିଡ୍ -୧୯ ଭଳି ମହମାରୀ  । ରିସର୍ଚ୍ଚମାନେ କହିଛନ୍ତି ଭବିଷ୍ୟତରେ କରୋନା ଭାଇରସର ବିପଦ ରହିବ । କେବଳ ସେତିକି ନୁହେଁ ଏହା କେତେବେଳେ କୌଣସି ରୂପ ନେଇପାରେ ।

ଏସବୁକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏହି ଭାକସିନର ଉଦ୍ଭାବନ କରିଛନ୍ତି । ଯାହାକି ସାର୍ସ, କୋବ-୨ ଭାଇରସ ବିରୋଧରେ ସୁରକ୍ଷା ଦେବ । ଏହାସହ ଅନ୍ୟ ଭାଇରସକୁ  ମୁକିବିରା କରିବାରେ ସକ୍ଷମ ହେବ । ଏହି ସୁପର ଭାସକିନକୁ ନର୍ଥ କେରୋଲିନା ୟୁନଭରସିଟି ଡେଭଲପ୍ କରିଛନ୍ତି । ୟୁନିଭରସିଟିର ରିସର୍ଚ୍ଚ ସାଇନ୍ସ ଜର୍ଣ୍ଣାଲ ଏହାକୁ ପୋଷ୍ଟ କରିଛି । ବିଶେଷଜ୍ଞମାନେ ଏହାର ବ୍ୟବହାର ଏମଏଆରଏନଏ ଉପାୟ ଅୂବଲମ୍ୱନ କରିଛନ୍ତି ।

ଯାହାକି ଆମେରିକାରେ ନିର୍ମିତ ୨ଟି ଭାକସିନ୍ ଫାଇଜର ଓ ମୋଡେନାରେ ପ୍ରୟୋଗ କରାଯାଇଛି । ଫରକ ଏତିକି ରହିଛି ଯେ, ୟୁନିଭର୍ସାଲ ଭାକସିନ ବିକଶିତ କରିବା ପାଇଁ ବିଶେଷଜ୍ଞମାନେ କେବଳ ଗୋଟିଏ ଭାଇରସକୁ ଏମଆରଏନଏ କୋଡ ବ୍ୟବହାର କରିବା ବଦଳରେ ଅନେକ କରୋନା ଭାଇରସର ଏମଆରଏନଏ ରେ ଜୋଡିଥିଲେ । ଏହାର ପ୍ରଭାବ ହେଉଛି ଏହି ହାଇବ୍ରିଡ ଭାକସିନକୁ ଗୋଟିଏ ମୂଷାର ଶରୀରରେ ପ୍ରୟୋଗ କରାଯାଇଥିଲା ।

ଆଉ ଫଳ ସ୍ୱରୁପ ନଜର ଆସିଥିଲା କି ଯେଉଁ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ବେଶ୍ ପ୍ରଭାବଶାଳୀ ଥିଲା । କେବଳ ସେତିକି ନୁହେଁ ଏଥିରେ ଅନେକ ଶକ୍ତିଶାଳୀ ପ୍ରୋଟିନର ମାତ୍ରା ରହିଛି । ରିସର୍ଚ୍ଚରୁ ଜଣାପଡିଛି, ଏହି ୟୁନିଭର୍ସାଲ ଭାକସିନ୍ କୌଣସି ପ୍ରକାର ଆଉଟବ୍ରେକ ରୋକିବାରେ କ୍ଷମାତା ରହିଛି । ଏହାର ପରୀକ୍ଷଣରେ  ମୂଷାଙ୍କ ଉପରେ କରାଯାଇଥିଲା । ଯେଉଁମାନେ କରୋନା ଭାଇରସର ଅନେକ ଭାରିଆଣ୍ଟର ଶିକାର ଥିଲେ । ତେବେ ଏହା ଫଳପ୍ରଦ ରହିଛି । ଆଗକୁ ଏହାକୁ ମଣିଷ ଶରୀରରେ ପ୍ରୟୋଗ କରାଯିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.