ବାଦୁଡି ରକ୍ତରୁ ମିଳିଲା ଆଉ ୬ପ୍ରକାର କରୋନା ଭାଇରସ୍, ଏବେ ସେସବୁର ସଂକ୍ରମଣ ତରିକା ନେଇ ଚାଲିଛି ଗବେଷଣା

Published By : Prameya-News7 Bureau | April 16, 2020 IST

ଲଣ୍ଡନ ୧୬।୦୪: ବୈଜ୍ଞାନିକମାନେ ଏବେ ୬ ପ୍ରକାରର ନୂଆ କରୋନା ଭାଇରସ ଠାବ କରିଛନ୍ତି । ମ୍ୟାଁମାରରେ ଦେଖାଯାଉଥିବା ତିନି ପ୍ରଜାତିର ବାଦୁଡିଙ୍କ ଦେହରେ ଏହି ଭାଇରସଗୁଡିକୁ ସନ୍ଧାନ କରାଯାଇଇଛି । ସାର୍ସ କୋଭିଡ-୨ ଭାଇରସ ଏବଂ ଏହି ନୂଆ ଭାଇରସଗୁଡିକ ଗୋଟିଏ ଫ୍ୟାମିଲି ଅନ୍ତର୍ଭୁକ୍ତ । ହେଲେ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସହ ଏହି ନୂଆ ଭାଇରସଗୁଡିକର ଜିନ୍‌ ସଂରଚନାରେ ବିଶେଷ ସମାନତା ନାହିଁ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । କିନ୍ତୁ ସେମାନେ ମତ ଦେଇଛନ୍ତି କି ଏହି ନୂଆ ଭାଇରସଗୁଡିକ କରୋନା ଭଳି ବିଭିନ୍ନ ଜୀବଙ୍କୁ ଆକ୍ରାନ୍ତ କରିପାରିବେ କି ନାହିଁ ଏବଂ ମଣିଷକୁ ସଂକ୍ରମିତ କରିବା ପାଇଁ ଏମାନଙ୍କର କ୍ଷମତା ଅଛି କି ନାହିଁ ତାହା ଜାଣିବା ପାଇଁ ଆହୁରି ବିସ୍ତୃତ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି ।

ଏବେ ବ୍ୟାପୁଥିବା ସାର୍ସ କୋଭିଡ-୨ ଭାଇରସ ଚୀନ୍‌ର ୱୁହାନ ସହରରୁ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା । ଏହାଯୋଗୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୧୯ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିଲାବଳେ ୧,୧୯,୦୦୦ ଜଣ ପ୍ରାଣ ହରାଇସାରିଲେଣି । ପୂର୍ବରୁ ବ୍ୟାପିଥିବା ସାର୍ସ ଏବଂ ମେର୍ସ ଭାଇରସକୁ ବି ଗୋଟିଏ ଗୋଟିଏ କରୋନା ଭାଇରସ ବୋଲି ବିବେଚନା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.