Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଦୃଷ୍ଟିହୀନଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବ ଭୂତାଣୁ !

24/10/2020 at 5:20 PM

ନୂଆଦିଲ୍ଲୀ ୨୪/୧୦:  କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁ ବିଶ୍ବରେ ସଂହାରଲୀଳା ଚଳାଇଛି। ଗୋଟିଏ ପଟେ ଭୂତାଣୁ ଜୀବନ ନେଉଥିବା ବେଳେ ଅନ୍ୟପଟେ ଏମିତି ଏକ ଭୂତାଣୁର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ ଯାହା ଦୃଷ୍ଟିହୀନଙ୍କ ପାଇଁ ସାଜିବ ସଞ୍ଜିବନୀ।  ମଣିଷର ଦୃଷ୍ଟିଶକ୍ତି ଫେରାଇବ ଭାଇରସ୍‌(ଭୂତାଣୁ)! ଏନେଇ  ଆମେରିକାର ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା। ଏକ ଭାଇରସ୍‌ର ଜେନେଟିକ୍‌ ସଂରଚନାରେ ପରିବର୍ତ୍ତନ କରି ଦୃଷ୍ଟିହୀନ ବ୍ୟକ୍ତଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିହେବ। ଏଭଳି ଦାବି କରିଛନ୍ତି ଆମେରିକାର କିଛି ବୈଜ୍ଞାନିକ। ଏହି ପରୀକ୍ଷା ଅନ୍ଧ ମୂଷା ଉପରେ କରାଯାଇଥିବା ବେଳେ ଏଥିରେ ବୈଜ୍ଞାନିକଙ୍କୁ ଅଭୁତପୂର୍ବ ସଫଳତା ମିଳିଥିବା ଜଣାପଡ଼ିଛି। ସବୁଠୁ ଭଲ ଖବର ହେଉଛି ଏହି ପରୀକ୍ଷଣ ସମୟରେ ମୂଷାର ଦୃଷ୍ଟିଶକ୍ତି ଫେରିଥିବା ବେଳେ ମୂଷା ଶରୀରରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିଲା।

ମୂଷା ଦେହରେ ଏହାର ସଫଳ ପରୀକ୍ଷଣ ପରେ ଏବେ ମଣିଷଙ୍କ ଉପରେ ଏହାର ପରୀକ୍ଷଣ ହେବ ବୋଲି ଟେକ୍ସାସ୍‌ ନାନୋସ୍କୋପ୍‌ ଫାର୍ମର ବରିଷ୍ଠ ବୈଜ୍ଞାନିକ ସୁବ୍ରତ ବଟବ୍ୟାଲ୍‌ କହିଛନ୍ତି। ମଣିଷ ଉପରେ ଜେନେଟିକାଲି ମୋଡିଫାଏଡ୍‌(ଜିଏମ) ଭାଇରସ୍‌ ପ୍ରୟୋଗ କରିବା ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ଜଣାପଡ଼ିଛି। ତେବେ ପରୀକ୍ଷଣ ପରେ ମଣିଷର ଆଖି ଦ୍ରୁତ ବେଗରେ ଆସୁଥିବା ବସ୍ତୁ ଦେଖିବାରେ ଅସୁବିଧା ହେଉଛି କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ସୁବ୍ରତ।

ଦୃଷ୍ଟିହୀନ ମୂଷାର ଦୃଷ୍ଟିଶକ୍ତି ଫେରାଇବା ପାଇଁ ବୈଜ୍ଞାନିକମାନେ ଏକ ଜିନ୍‌ ଥେରାପିର ବ୍ୟବହାର କରିଥିଲେ। ଯାହାକି ଏକ ଲାଇଟ୍‌ ସେନ୍ସରିଂ ପ୍ରୋଟିନ୍‌ ବିକଶିତ କରିବାରେ ସହାୟକ ହୋଇଥିଲା। ଏହି ପ୍ରୋଟିନ୍‌ ଆଖିର ପଛ ଭାଗରେ ଦୃଷ୍ଟି କ୍ଷମତା ବଢ଼ାଇବାରେ ସାହାଯ୍ୟ କଲା। ତେବେ ଏହି ଥେରାପି ମାଧ୍ୟମରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ତେବେ ବୈଜ୍ଞାନିକାମାନେ ଜେନେଟିକ୍‌ ମୋଡିଫାଏଡ୍‌(ଜିଏମ) କରି ଏକ ଭାଇରସ୍‌କୁ ଆଖିରେ ଛାଡ଼ିଥାନ୍ତି। ଯାହାକି ରେଟିନାକୁ ଯାଇ ଏକପ୍ରକାର ପ୍ରୋଟିନ୍‌ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ଏହି ପ୍ରୋଟିନ୍‌କୁ ଏମସି୦୧୦ପିଏସ୍‌ଆଇଏନ୍‌ ନାମରେ ଜଣାଯାଏ। ପ୍ରୋଟିନ୍‌ କ୍ଷତିଗ୍ରସ୍ତ ଫଟୋରିସେପ୍ଟରକୁ ଭଲ ହେବା​‌ରେ ସାହାଯ୍ୟ କରେ। ପରେ ଦୃଷ୍ଟିଶକ୍ତି ଫେରିଆସେ।

ଯଦି ଏହି ପରୀକ୍ଷଣ ମଣିଷ ଉପରେ ସଫଳ ସାବ୍ୟସ୍ତ ହୁଏ ତେବେ ଜଣେ ବ୍ୟକ୍ତି ୨୦ ଫୁଟ୍‌ ଦୂରତାରେ ସବୁ କିଛି ଦେଖିପାରିବ । କିନ୍ତୁ ଜଣେ ଭଲ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତି ୬୦ ଫୁଟ୍‌ ଦୂରତାରେ ଦେଖିପାରେ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ମଣିଷ ସମାଜ ପାଇଁ କଲ୍ୟାଣ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହି ଭାଇରସ୍‌ର ମାନବ ପରୀକ୍ଷଣ ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ବୋଲି ଜଣାପଡ଼ିଛି।

   Related Posts