ସାବଧାନ ! ପ୍ୟାରିସ୍‌ରେ ପାଣିରୁ ମିଳିଲା କରୋନା ଭୂତାଣୁ

Published By : Prameya-News7 Bureau | April 20, 2020 IST

ପ୍ୟାରିସ୍‌ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ। ଏଥିରେ ଭୂତାଣୁକୁ ନେଇ ନାନା ବୈଜ୍ଞାନିକ ପରୀକ୍ଷା ନିରିକ୍ଷା ଚାଲିଛି। ତେବେ ଭୂତାଣୁର ରହସ୍ୟ ଉନ୍ମୋଚନ ଲାଗି ପରୀକ୍ଷା ନିରିକ୍ଷା ଯେତିକି ଆଗକୁ ଆଗକୁ ଯାଉଛି ସେତିକି ଭୟଙ୍କର ପରିଣାମ ମିଳିବାରେ ଲାଗିଛି। ଏପରି ଏକ ପରୀକ୍ଷାରୁ ପ୍ୟାରିସରେ ପାଣିରୁ ଭୂତାଣୁର ନମୁନା ମିଳିବା ଏବେ ବୈଜ୍ଞାନିକଙ୍କୁ ଆତଙ୍କିତ କରିଛି।

{"id":257166,"width":579,"height":324,"sizeSlug":"large"}

ତେବେ ସହରର ଯେଉଁ ପାଣିରୁ ବୈଜ୍ଞାନିକ ଭୂତାଣୁ ପାଇଛନ୍ତି ତାହା ସେଠାରେ ପାନୀୟ ଉପଯୋଗ ହୁଏନି, ସଡକ ଧୋଇବା ଲାଗି ବ୍ୟବହାର କରାଯାଇଥାଏ। ତେବେ ପାଣିରୁ ମିଳିଥିବା କରୋନା ଭୂତାଣୁ ବହୁତ କ୍ଷୁଦ୍ର। ତେବେ ପିଇବା ଲାଗି ଯୋଗାଇ ଦିଆଯାଉଥିବାପାଣିକୁ ନେଇ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ୱସ୍ତ କରିଛନ୍ତି।

{"id":257167,"width":581,"height":436,"sizeSlug":"large"}

ଫ୍ରାନ୍ସରେ ଯେଉଁ ପାଣି ନମୁନାରୁ ଏହି ଭୂତାଣୁ ଠାବ ହୋଇଛି ତାହା ସେଇନ ନଦୀ ଓ ତା ଶାଖା କେନାଲର। ଏଠାରେ ନୀଦର ଜଳକୁ କେବଳ ଉଦ୍ୟାନ, ପାର୍କ ଓ ସଡକ ଧୋଇବା କାମରେ ଉପଯୋଗ କରାଯାଏ। ତେବେ ଲୋକଙ୍କୁ ଭୂତଳ ଉତ୍ସରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଣୁ ପ୍ୟାରିସ୍‌ରେ ପାନୀୟ ଜଳକୁ ନେଇ ସେପରି ବିପଦ ନଥିବା କହିଛନ୍ତି ବୈଜ୍ଞାନିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.