ଉତ୍ପାଦନ ହେଲା ଲାଲ ଭେଣ୍ଡି, ବୈଜ୍ଞାନିକ କଲେ କମାଲ…

Published By : Prameya-News7 Bureau | September 24, 2019 IST

ପରିବା ମଧ୍ୟରେ ଭେଣ୍ଡି ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରନ୍ତି। ହେଲେ ଯଦି ବଜାରରେ ସବୁଜ ଭେଣ୍ଡି ଛଡା ଲାଲ ଭେଣ୍ଡି ମିଳେ ତାହେଲେ ଏହା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏହା ସତ ଯେ ଶୀଘ୍ର ଭାରତରେ ଲାଲ ଭେଣ୍ଡି ଦେଖିବାକୁ ମିଳିବ।

{"id":161982,"width":549,"height":549}

ଭାରତୀୟ କୃଷି ବୈଜ୍ଞାନିକ ଏହି ସଫଳତା ହୋଇଛନ୍ତି। ପାଖାପାଖି ୨୩ ବର୍ଷର କଠିନ ପରିଶ୍ରମ ପରେ ଭେଣ୍ଡିର ନୂଆ ପ୍ରଜାତି ବିକଶିତ କରାଯାଇଛି। ଏହି କମାଲ କାମ ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥା(Indian Institute Of Vegetable Research- IIVR)ର ବୈଜ୍ଞାନିକ କରିଛନ୍ତି।

{"id":161983,"width":539,"height":392}

ଲାଲ ରଂଗର ହୋଇଥିବାରୁ ଏହାର ନାଁ କାଶୀ ଲାଲିମା ରଖାଯାଇଛି। ସୂଚନାଯୋଗ୍ୟ ଯେ, ଲାଲ ରଂଗର ଏହି ଭେଣ୍ଡିରେ ଏଣ୍ଟି ଅକ୍ସିଡାଣ୍ଟ, ଆଇରନ, ଓ କାଲସିୟମ ସହ ଅନ୍ୟ ପୋଷ୍ଟିକର ତତ୍ତ୍ବ ଭରପୁର ମାତ୍ରାରେ ରହିଛି।

{"id":161984}

ଉତ୍ତର ପ୍ରଦେଶରେ ବାରଣାସି ସ୍ଥିତ ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥାର ଏହି ସଫଳତା ବେଶ ଖାସ। ସାଧାରଣ ଭେଣ୍ଡି ଅପେକ୍ଷା ଏହି ଭେଣ୍ଡିର ଦାମ ଅଧିକ ରହିଛି। କାଶି ଲାଲିମା ଭେଣ୍ଡିର ଦାମ ୧୦୦ରୁ ୫୦୦ ଟଙ୍କା ପ୍ରତି କିଲୋ ରହିଛି।

{"id":161986,"width":562,"height":416}

ଡିସେମ୍ବର ମାସରୁ ଏହାର ମଞ୍ଜି ଲୋକଙ୍କ ପାଇଁ ଉପଲବ୍ଧ ହେବ। ୨୩ ବର୍ଷ ପରେ ମିଳିଥିବା ଏହି ସଫଳତାର ଖୁସି ସମଗ୍ର ଦେଶ ପାଇବ। ଭେଣ୍ଡିର ରଂଗ ବାଇଗଣୀ-ଲାଲ ବୋଲି କୁହାଯାଉଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.