ବିନା ଇଂଜେକ୍ସନରେ ଏଥର ନେଇହେବ ଇନସୁଲିନ୍, ବୈଜ୍ଞାନିକମାନେ ବାହାର କଲେ ଏହି ରୋବୋର୍ଟ କ୍ୟାପସୁଲ୍
9/02/2019 at 1:06 PM

ଏବେ ଇନସୁଲିନ ପାଇଁ ଆଉ ଇଂଜେକ୍ସନ ବ୍ୟବହାର କରିବା ଆବଶ୍ୟକ ନାହିଁ । ଚିକିତ୍ସା ବିଜ୍ଞାନ ଏକ ବଡ ଉଦ୍ଭାବନ କରିଛି । ବୈଜ୍ଞାନିକମାନେ ଗବେଷଣା କରି ଇଂଜେକ୍ସନର ବିକଳ୍ପ ଭାବେ ଏକ ରୋବୋଟିକ କ୍ୟାପସୁଲ ବାହାର କରିଛନ୍ତି । ଫଳରେ ମଧୁମେହ, କର୍କଟ ଏବଂ ଅନ୍ୟାନ୍ୟ କିଛି ରୋଗୀଙ୍କୁ ଦିଆଯାଉଥିବା ଇନସୁଲିନ ପାଇଁ ଆଉ ଇଂଜେକ୍ସନର ଆବଶ୍ୟକତା ରହିବ ନାହିଁ । ଫଳରେ ଏହି ରୋଗୀମାନେ ପ୍ରତିଦିନ ଇଂଜେକ୍ସନ ନେବାବେଳେ ଭୋଗୁଥିବା ଯଂତ୍ରଣାରୁ ମୁକ୍ତି ପାଇବେ । ଇନସୁନିନରେ ରହୁଥିବା ଅଣୁ ଏତେ କ୍ଷୁଦ୍ରାତି କ୍ଷୁଦ୍ର ହୋଇଥାଏ ଯେ, ଏହାକୁ ଇଂଜେକ୍ସନ ବ୍ୟତୀତ ଅନ୍ୟ କୌଣସି ମଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରାଯାଇପାରୁନଥିଲା । ଇଂଜେକ୍ସନର ବିକଳ୍ପ ପାଇଁ ଚିକିତ୍ସା ବିଜ୍ଞାନୀମାନେ ଦୀର୍ଘ ଦିନରୁ ଗବେଷଣା କରିଆସୁଥିଲେ ।
ମାସାଚୁସେଟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏବଂ ହାବାର୍ଡର କିଛି ଚିକିତ୍ସା ବିଜ୍ଞାନୀ ଏବେ ଏଭଳି ଏକ ଟୋବୋର୍ଟ କ୍ୟାପସୁଲ ବାହାର କରିଛନ୍ତି ଯାହା ଦେଖିବା ପାଇଁ ଛୋଟିଆ କଇଁଛ ଆକୃତିର । ଏହି ରୋବର୍ଟ କ୍ୟାପସୁଲଟି ପେଟ ଭିତରକୁ ଯିବା ପରେ ସେଥିରୁ ଇନସୁଲିନ କ୍ଷରଣ ହୋଇ ରକ୍ତରେ ମିଶିଯାଇଥାଏ । ଏହାପରେ ରୋବର୍ଟଟି ମଳତ୍ୟାଗ ବେଳେ ମଳଦ୍ବାର ଦେଇ ବାହାରିଯାଇଥାଏ ।
ରୋବୋର୍ଟ ବା ଡିଭାଇସଟିକୁ କଇଁଛ ଆକୃତିର ଏଥିପାଇଁ କରାଯାଇଛି ଯେ, ଏହା ପେଟରେ ପହଞ୍ଚିବାପରେ ଠିକରେ ବୁଲି ପାରିବ ଏବଂ ମଳଦ୍ବାର ରାସ୍ତାକୁ ଆସିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହି ଖବର ଏବେ ଡାଇବେଟିସ ରୋଗୀଙ୍କୁ ବିଶେଷ ଭାବେ ଆଶ୍ବସ୍ଥ କରିଛି ।