Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଏବେ କ୍ୟାନସର ନିରୁପଣ ହେଲା ଆହୁରି ସହଜ, ଜାଣନ୍ତୁ କିପରି

7/09/2019 at 8:27 PM

ନୂଆଦିଲ୍ଲୀ:  କର୍କଟ ରୋଗ ନାଁ ଶୁଣିଲେ ଦେହ ଶିହରି ଉଠେ। ଜୀବନ ଓ ମୃତ୍ୟୁର ଦୋ ଛକିରେ ଛିଡା କରିଦିଏ ମଣିଷକୁ। ଡାକ୍ତର କୁହନ୍ତି ପ୍ରାଥମିକ ପର୍ଯ୍ୟାୟରେ ଯଦି ରୋଗକୁ ନିରୁପଣ କରି ଚିକିତ୍ସା କରାଯାଏ ତେବେ କର୍କଟ ରୋଗର ଚିକିତ୍ସା ସମ୍ଭବ। ହେଲେ କେବେ ବି ପ୍ରାଥମିକ ପର୍ଯ୍ୟାୟରେ କର୍କଟ ରୋଗ ନିରୁପିତ ହୋଇ ପାରିନଥାଏ। ଯେତେବେଳେ କର୍କଟ ରୋଗ ନିରୂପଣ ହୁଏ ସେତେବେଳେ ରୋଗୀ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିସାରିଥାଏ। ତେବେ କର୍କଟ ନିରୂପଣ ଏବେ ବେଶ ସହଜରେ କେବଳ ଏକ ୟୁରିନ ପରୀକ୍ଷାରୁ ହୋଇ ପାରୁଥିବା ବୈଜ୍ଞାକନିକମାନେ ଦାବି କରିଛନ୍ତି।

କର୍କଟ ରୋଗ ୧ଶହରୁ ଅଧିକ ପ୍ରକାରର। ଶରୀରର ଯେଉଁ ଅଙ୍ଗ ବା କୋଶିକାରେ କର୍କଟ ନିରୂପଣ ହୁଏ ସେହି ଅଙ୍ଗ ବା କୋଶିକାର ନାମ ସହ ରୋଗର ନାମକୁ ଯୋଡି ଦିଆଯାଏ।  ତେବେ ଆଜିକାଲି ଲୋକେ ଅଧିକ ପେଟ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ରୋଗର ନିରୁପଣ ସହଜ ହୋଇ ନଥାଏ। ହେଲେ ଆଜିକାଲି ବୈଜ୍ଞାକନିକଙ୍କ ଏକ ଅନୁସନ୍ଧାନ ବେଶ ସହଜରେ, ଖୁବ୍ ଶୀଘ୍ର ଓ କମ୍ ଖର୍ଚ୍ଚରେ ଏହି କର୍କଟ ରୋଗର ନିରୁପଣ କରାଯାଇପାରିବ ବୋଲି କହିଛନ୍ତି। ୟୁରିନ ଟେଷ୍ଟରେ ଏହାର ରଙ୍ଗ ବଦଳିବା ଅନୁସାରେ କର୍କଟ ଧରାପଡିଯିବ ବୋଲି ବୈଜ୍ଞାକନିକ ଦାବି କରୁଛନ୍ତି।

ଏହି ପରୀକ୍ଷଣର ପ୍ରୟୋଗ ମୁଷାଙ୍କଠାରେ କରି ବୈଜ୍ଞାକନିକ ସଫଳ ହୋଇଛନ୍ତି। ଯେଉଁ ମୁଷାଙ୍କୁ କଲୋନ କ୍ୟାନସର ଥିଲା ସେମାନଙ୍କ ୟୁରିନ ପରୀକ୍ଷା କରିବା ବେଳେ ତାହା ନିଳ ରଙ୍ଗର ହୋଇଯାଇଥିଲା। ଏଥିରୁ ନୂଆ ନିଦାନ ଉପକରଣ ବିକଶିତ ହେବ ବୋଲି ବୈଜ୍ଞାକନିକମାନେ ଆଶାପ୍ରକାଶ କରିଛନ୍ତି। ଯାହା ବର୍ତ୍ତମାନ କର୍କଟ ରୋଗ ନିରୁପଣ ଲାଗି ହେଉଥିବା ବ୍ୟୟ ବହୁଳ ପରୀକ୍ଷା ନିରିକ୍ଷାଠାରୁ ବି ବେଶ ଶସ୍ତା ହେବ। ସେହିପରି କ୍ୟାନସରର ଶୀଘ୍ର ନିରୁପଣ ହେଲେ ଏହାର ତୁରନ୍ତ ଚିକିତ୍ସା ବି ସମ୍ଭବ ହେବ। ଫଳରେ ହଜାର ହଜାର ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ ବୋଲି ମାସାଚ୍ୟୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜିର ବୈଜ୍ଞାକନିକମାନେ କହିଛନ୍ତି।

   Related Posts