Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପୃଥିବୀ ବ୍ୟତୀତ ଏଠାରେ ବି ରହିଛି ଜୀବନ ସତ୍ତା, ଏହି ଗ୍ରହରେ ଦେଖିବାକୁ ମିଳିଲା ମସରୁମ୍

8/05/2021 at 7:01 PM

ନୂଆଦିଲ୍ଲୀ ୮।୫: ମଙ୍ଗଳ ଗ୍ରହ କିଛି ସମୟ ଧରି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତ, ଚୀନ୍, ଆମେରିକା ବ୍ୟତୀତ ଅନେକ ଦେଶ ମାର୍ସ ମିଶନ ଅଧିନରେ ନିଜ ନିଜର ଉପଗ୍ରହ ପଠାଉଛନ୍ତି । ଟେସଲା ସିଇଓ ଏଲନ୍ ମସ୍କ ଆସନ୍ତା କିଛି ବର୍ଷ ମଧ୍ୟରେ ସେଠାକୁ ମଣିଷ ପଠାଇବାର ପ୍ରସ୍ତୁତ ଜାରି ରଖିଛନ୍ତି । ଏହି ସମୟରେରେ ବୈଜ୍ଞାନିକମାନେ ଏହି ଗ୍ରହକୁ ନେଇ ଏକ ନୂଆ ଦାବି କରିଛନ୍ତି । ସେମାନେ ମଙ୍ଗଳ ଗ୍ରହରେ ମସରୁମ୍ ମିଳିଥିବାର ଦାବି କରିଛନ୍ତି ।

ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଜିନଲୀ ଓ୍ବି, ହାର୍ଭାର୍ଡ ସ୍ମିଥସୋନିୟନ୍ ର ଜ୍ୟୋତିର୍ବିଜ୍ଞାନୀ ଡ. ରୁଡୋଲ୍ଫ ସ୍କ୍ଲିଡ୍ ଏବଂ ଡ. ଗ୍ରାବିୟାଲ୍ ଜୋସେଫ ଦାବି କରିଛନ୍ତି ଯେ ସେମାନଙ୍କୁ ମଙ୍ଗଳ ଗ୍ରହରେ ମସରୁମ୍ ମିଳିଛି । ନାସାର କ୍ୟୁରୋସିଟି ରୋଭର ଦ୍ବାରା ଜାରି କରାଯାଇଥିବା ଫଟୋଗୁଡିକ ଉପରେ ଗବେଷଣା କରିବା ପରେ ସେମାନେ ଏହା କହିଛନ୍ତି । କ୍ୟୁରୋସିଟି ରୋଭର ୬ ଅଗଷ୍ଟ ୨୦୧୨ ରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ​​। ସେଠାରୁ ଲଗାତର ଭାବରେ ନାସାକୁ ଫଟୋ ଏବଂ ରିସର୍ଚ ସାମଗ୍ରୀ ପଠାଉଛି ।

କ୍ୟୁରୋସିଟି ରୋଭର ଦ୍ବାରା ପଠାଯାଇଥିବା ଫଟୋରେ ମଙ୍ଗଳ ଗ୍ରହର ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ କଳା ରଙ୍ଗର ଗୋଲ୍ ଚ୍ୟାନେଲଗୁଡିକ ଦେଖିବାକୁ ମିଳିଛି । କେତେକ ବୈଜ୍ଞାନିକଙ୍କ ଟିମ୍ କହିଛନ୍ତି ଯେ, ସେଗୁଡିକ ଫଙ୍ଗସ୍, ମସ୍ ଏବଂ ଶୈବାଳର କଲୋନୀ, ଯାହାଦ୍ବାରା ଏହା ସ୍ପଷ୍ଟ ହେଉଛି ଯେ ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଅଛି । ଏହି ବୈଜ୍ଞାନିକମାନେ ଦାବି କରନ୍ତି ଯେ ଏହି ମସରୁମ୍ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ଏବଂ ପୁନର୍ବାର ବଢିଥାଏ । ଅପ୍ରେଲ ୨୦୨୦ରେ ଆର୍ମଷ୍ଟ୍ରଙ୍ଗ୍ ଏବଂ ଜୋସେଫ ସେମାନଙ୍କ ରିସର୍ଚରେ ଦାବି କରିଥିଲେ ଯେ ମଙ୍ଗଳ ଗ୍ରହରେ ମସରୁମ୍ ଦେଖିବାକୁ ମିଳିଥାଏ ।

   Related Posts