Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୈଜ୍ଞାନିକଙ୍କ ଦାବି, ଭାରତରେ ଦ୍ରୁତ ବ୍ୟାପୁଥିବା covid ନୂଆ strain ହୋଇଛି ଚିହ୍ନଟ

22/04/2021 at 9:02 PM

ନୂଆଦିଲ୍ଲୀ ୨୨।୪: ଭାରତରେ କରୋନା ଭାଇରସର ଏକ ନୂଆ ସ୍ୱରୂପ ଚିହ୍ନଟ ହୋଇଛି। ହୁଏତ ଏହା ଦେଶରେ ଦ୍ରୁତ ବ୍ୟାପୁଥିବା କରୋନା ଭୂତାଣୁ ହୋଇଥାଇପାରେ ଯାହା ମାନବ ଶରୀରର ପ୍ରତିରୋଧକ ଶକ୍ତିକୁ ଚକମା ଦେଇପାରୁଛି। ତେବେ ଦେଶରେ ଓ ପଶ୍ଚିମବଙ୍ଗରେ ବ୍ୟାପୁଥିବା ସଂକ୍ରମଣ ପଛରେ କରୋନାର ଏହି ଷ୍ଟ୍ରେନ୍ ଅଛି କି ନା ସ୍ପଷ୍ଟ କୁହାଯାଇ ପାରୁନଥିଲେ ହେଁ ଭୂତାଣୁର ଏହି ନୂଆ ସ୍ୱରୂପ ପଶ୍ଚିମବଙ୍ଗରେ ହିଁ ଠାବ ହୋଇଥିବା କୁହାଯାଇଛି। ଯାହା ରାଜ୍ୟରେ ସଂକ୍ରମଣକୁ ବୃଦ୍ଧି କରୁଛି।

ଭୂତାଣୁର ଏହି ଷ୍ଟ୍ରେନ୍‌  ବି.୧.୬୧୮ ନାମରେ ନାମିତ ହୋଇଛି ଯାହା ପୂର୍ବ ଭୂତାଣୁ ବି.୧.୬୧୭ ଠାରୁ ସମ୍ପୂର୍ଣ୍ଣ ପୃଥକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତରେ ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଏହା ଦ୍ରୁତ ସଂକ୍ରମଣ ହେଉଥିବା ବେଳେଏହା ପଛରେ ଏହି ଦୋହରା ମ୍ୟୁଟାଣ୍ଟ ଭାଇରସ ହୁଏତ କାରଣ ହୋଇଥାଇପାରେ ବୋଲିସନ୍ଦେହ କରାଯାଉଛି।

ସିଏସଆଇଆରଙ୍କ ଇନିଷ୍ଟେଚ୍ୟୁଟ୍‌ ଅଫ ଜିନେମିକ ଏଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲଜି(ଆଇଜିଆଇବି) ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକ ଅନୁରାଗ ଅଗ୍ରୱାଲ ଏହାକୁ ନେଇ ଚିନ୍ତିତ ହେବାର ଏତେ କାରଣ ନଥିବା କହିଛନ୍ତି। ତେବେ ଏହି ଭୂତାଣୁ ନେଇ ଅଧିକ ଗବେଷଣା ଜାରି ଥିବା ବେଳେ ଏହି ଭୂତାଣୁ କିନ୍ତୁ ଭାରତରେ ଦେଖା ଦେଇଥିବା ସାର୍ସ କୋଭ-୨ର ନୂଆ ସ୍ୱରୂପ ନିଶ୍ଚିତ ବୋଲି କହିଛନ୍ତି।

ଦେଶରେ ଗୁରୁବାର ୩.୧୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି। ଦୈନିକ ସଂକ୍ରମଣ ହାର ବୃଦ୍ଧି ଦେଶର ସ୍ୱାସ୍ଥ୍ୟ ସେବା ଉପରେ ଚାପର କାରଣ ହେଲାଣି। ଦେଶର ଅନେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖା ଦେଇଥିବା ବେଳେସଂକ୍ରମିତଙ୍କ ଲାଗି ହସ୍ପିଟାଲରେ ସଜ୍ଜା ସଂଖ୍ୟା ମଧ୍ୟ ଅଭାବ ପଡିଲାଣି। ଏଣୁ ବୈଜ୍ଞାନିକମାନେ କୌଭିଡ ସମ୍ପର୍କିତ କଟକଣା କଡାକଡି ପାଳନ ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏହା ଛଡା ଉପଜିଥିବା ଚିନ୍ତା ଦୂର କରିବାକୁ ବୈଜ୍ଞାନିକ ଗବେଷଣା ମଧ୍ୟ ଚାଲିଥିବା କହିଛନ୍ତି।    

   Related Posts