ବୈଜ୍ଞାନିକ ଦୃଷ୍ଟିରେ ବି ଅଶ୍ୱତଥ ମହାନ ବୃକ୍ଷ , କରନ୍ତୁନି ଏପରି କାମ

Published By : Prameya-News7 Bureau | September 19, 2019 IST

ହିନ୍ଦୁଧର୍ମରେ ଅଶ୍ୱତଥ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୃକ୍ଷ କୁହାଯାଏ। ଏଣୁ ଏହି ବୃକ୍ଷର ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ଧର୍ମ ଶାସ୍ତ୍ରରେ ଏହି ବୃକ୍ଷରେ ସବୁ ଦେବାଦେବୀଙ୍କ ନିବାସ ବୋଲି ବର୍ଣ୍ଣନା ରହିଛି। ଏଣୁ ଅଶ୍ୱତଥ ଗଛ ପାଖ ଆଖରେ ଘର କରି ରହିବାରେ କୌଣସି ଅସୁବିଧା ନଥାଏ। ତେବେ ଏହି ବୃକ୍ଷକୁ କଷ୍ଟ ଦେଲେ ଅଥବା ଡାଳ କାଟିଲେ ବ୍ୟକ୍ତିଙ୍କ ପିତୃପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି।

{"id":159963}

ହିନ୍ଦୁ ମାନ୍ୟତା ଅନୁସାରେ ଓସ୍ତ ଗଛକୁ ପୂଜା କଲେ ସମସ୍ତ ମନୋକାମନା ପୁରଣ ହୋଇଥାଏ। ଏଣୁ ଏହି ବୃକ୍ଷକୁ ପୂଜା ବି କରାଯାଏ। ତେବେ ବୈଜ୍ଞାକନିକ ମାନ୍ୟତା ଅନୁସାରେ ଅନ୍ୟ କୌଣସି ବୃକ୍ଷ ଅପେକ୍ଷା ଜୀବଜଗତ ଲାଗି କେବଳ ଓସ୍ତ ଗଛ ହିଁ ବିପୁଳ ପରିମାଣକ ଉଦଯାନ ଯୋଗାଇଥାଏ। ଏଣୁ ଏହି ବୃକ୍ଷର ସୁରକ୍ଷା ଲାଗି ପ୍ରାଚୀନ ମୁନିଋଷିମାନେ ଏଭଳି କଟକଣା ହୁଏତ କରିଥାଇପାରନ୍ତି। ଅଥର୍ବ ବେଦରେ ଓସ୍ତଗଛର ମୂଳକୁ ଦେବତାଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରାଯାଇଛି। ଏଣୁ ବୃକ୍ଷମୂଳରେ ବିଷ୍ଣୁ, ଗଣ୍ଡିରେ କେଶବ, ଡାଳରେ ନାରାୟଣ, ପତ୍ରରେ ଶ୍ରୀ ହରି ଓ ଫଳ ସବୁଦେବତାଙ୍କ ବାସ ବୋଲି ବି ବର୍ଣ୍ଣନା ରହିଛି।

{"id":159964,"width":580,"height":403}

ଏଣୁ ଅଶ୍ୱତଥ ବୃକ୍ଷ ମୂଳରେ ଶୌଚ, ଲଘୁଶଙ୍କା, ପାଟି କୁଳିକରି ପାଣି ପକାଇବା ଭଳି ଅଶୁଦ୍ଧ, ଘୃଣିତ ଓ ଅପବିତ୍ର କାର୍ଯ୍ୟ କରିବା ଉଚିତ ନୁହେଁ।  ଏଣୁ ଆଗକାଳରେ ଏହି ବୃକ୍ଷମୂଳରେ ଲୋକେ ମଣ୍ଡପ କରୁଥିଲେ। ଯାହା ଦ୍ୱାରା ବୃକ୍ଷ ମୂଳର ପବିତ୍ରତା ରକ୍ଷା ହେବା ସହ ସ୍ୱଚ୍ଛତା ରକ୍ଷା ହେଉଥିଲା। ତେବେ ଶାସ୍ତ୍ରୀୟ ମାନ୍ୟତା ଅନୁସାରେ କୁହାଯାଏ ଅଶ୍ୱତଥ ବୃକ୍ଷଙ୍କୁ ଜଳ ଲାଗି କଲେ ଜାତକର ସମସ୍ତ ଦୋଷ ଦୂର ହୁଏ। ଅଶ୍ୱତଥ ବୃକ୍ଷମୂଳରେ ମୁଣ୍ଡନ ଓ ଅନ୍ୟ ସଂସ୍କାର କାର୍ଯ୍ୟ ଆୟୋଜନକୁ ଶୁଭ ମନେ କରାଯାଏ। ଶନିଙ୍କ ଦୁଷ୍ପ୍ରଭାବରୁ ମୁକ୍ତ ହେବା ଲାଗି ପ୍ରତି ଶନିବାର ଜଳ ଲାଗି କରି ୭ ବାର ପରିକ୍ରମା କଲେ ଗ୍ରହ କଷ୍ଟ ଦୂର ହୁଏ। ସନ୍ଧ୍ୟାରେ ଓସ୍ତଗଛ ମୂଳରେ ଦୀପ ପ୍ରଜ୍ୱଳନ କଲେ ଅଖଣ୍ଡପୂଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.